କନକ ବ୍ୟୁରୋ: ଆଜି ଆଉ ୩ ଲୋକସଭା ଏବଂ ୧୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ମୟୁରଭଂଜ,ଭଦ୍ରକ ଏବଂ ଯାଜପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆନନ୍ଦପୁର,ରାଇରଙ୍ଗପୁର,ମୋରଡା, ନୀଳଗିରି,ଆଠମଲ୍ଲି. ବାଙ୍କୀ, ଆଠଗଡ, ପାଟକୁରା, ମହାକାଳପଡା,ପୁରୀ ଏବଂ ଭୁବନେଶ୍ୱର ଉତର ପାଇଁ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । ଯେଉଁ ତାଲିକାରେ ଅଛନ୍ତି ବିଜେପିର ବରିଷ୍ଠ ନେତା ବଜୟ ମହାପାତ୍ର, ଅଭିନେତ୍ରୀ ଅପରାଜିତା ମହାନ୍ତି ଏବଂ ବିଜେଡିରୁ ଇସ୍ତଫା ଦେଇ ଗେରୁଆ ଶିବିରରେ ସାମିଲ ହୋଇଥିବା ସୁକାନ୍ତ ନାୟକ।
ମୟୁରଭଂଜ ଲୋକସଭା ପ୍ରାର୍ଥୀ ପାଇଁ ଇଂଜିନିୟର ବିଶ୍ୱେଶ୍ୱର ଟୁଡୁଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଦଳ । ସେହିପରି ଭଦ୍ରକ ଲୋକସଭା ମଣ୍ଡଳି ପାଇଁ ଅଭିମନ୍ୟୁ ସେଠୀଙ୍କୁ ନିର୍ବାଚନ କୁରୁକ୍ଷେତ୍ରକୁ ଓହ୍ଲାଇଛି ବିଜେପି ଏବଂ ଅମିୟ ମଲ୍ଲିକଙ୍କୁ ଯାଜପୁର ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଛି ଦଳ । ସେହିଭଳି ୧୧ଟି ବିଧାନସଭା ଆସନ ପାଇଁ ଦଳ ତାର ପ୍ରାର୍ଥୀ ନାଁ ଘୋଷଣା କରିଛି ଆଉ ଏହି ତାଲିକାରେ ରହିଛନ୍ତି ନିକଟରେ ବିଜେଡିରୁ ଛାଡି ପଦ୍ମ ଶିବିରରେ ସାମିଲ ହୋଇଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକ । ସୁକାନ୍ତ ନାୟକ ହେଉଛନ୍ତି ନୀଳଗିରି ବିଧାୟକ ।
ଇଂଜିନିୟର ଚାକିରି କରୁଥିବା ସୁକାନ୍ତ ଗତ ବର୍ଷ ଚାକିରି ଛାଡ଼ି ରାଜନୀତିକୁ ଆସିଥିଲେ । ଗତ ୨୦୧୪ ନିର୍ବାଚନରେ ସେ ବିଜୁ ଜନତା ଦଳ ଟିକଟରେ ନୀଳଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢି ବିଜୟୀ ହୋଇଥିଲେ ସୁକାନ୍ତ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ବିଜେପିର ସୁଷମା ବିଶ୍ୱାଳଙ୍କୁ ପରାଜିତ କରିଥିଲେ। ହେଲେ ୨୦୧୯ ନିର୍ବାଚନ ପାଇଁ ସୁକାନ୍ତ ନାୟକଙ୍କ ପରିବର୍ତ୍ତେ ସନ୍ତୋଷ ଖଟୁଆଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା ଯେଉଁ କାରଣରୁ ସେ ଅସନ୍ତୁଷ୍ଟ ପ୍ରକାଶ କରି ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ । ତେବେ ନୀଳଗିରିରୁ ବିଜେପି ଟିକଟ ମିଳିବା ପରେ ଏହି ବିଧାନସଭା ଆସନରେ ଲଢେଇର ଚିତ୍ର ସ୍ପଷ୍ଟ ହୋଇଛି । ସୁକାନ୍ତ ନାୟକ ବିଜେପିରେ ସାମିଲ ହେବା ପରେ ତାଙ୍କୁ ନୀଳଗିରି ବିଧାନସଭା ଆସନ ପାଇଁ ଟିକେଟ ଦିଆଯାଇଛି । ସେହିପରି ନୀଳଗିରିରେ ଏଥର ବିଜେଡି ସନ୍ତୋଷ ଖଙ୍କୁଆଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ମନଜାମଂଜରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/SUKANTA.jpg)
/kanak/media/post_attachments/wp-content/uploads/2019/04/vlcsnap-2019-04-01-13h22m49s991-300x240.png)
/kanak/media/post_attachments/wp-content/uploads/2019/04/4-16-640x385-300x180.jpg)