ପ୍ରଥମ ମହିଳା ଭାବେ କର୍ଣ୍ଣାଟକର ପୁଲିସ୍‌ ମୁଖ୍ୟ ହେଲେ ନୀଳମଣି ରାଜୁ

ପ୍ରଥମ ମହିଳା ଭାବେ କର୍ଣ୍ଣାଟକର ପୁଲିସ୍‌ ମୁଖ୍ୟ ହେଲେ ନୀଳମଣି ରାଜୁ

SOURCE-http://www.hindustantimes.com

ବେଙ୍ଗାଲୁର: କର୍ଣ୍ଣାଟକରେ ଦେଖିବାକୁ ମିଳିବ ଏକ ନୂଆ ଉଦାହରଣ । ବର୍ତ୍ତମାନର ପୁଲିସ୍‌ ଡିଜି ଆର୍‌କେ ଦତ୍ତ ଅବସର ନେବା ପରେ କର୍ଣ୍ଣାଟକର ପ୍ରଥମ ମହିଳା ପୁଲିସ୍‌ ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି ନୀଳମଣି ରାଜୁ। ରାଜୁ ସଂପ୍ରତି ରାଜ୍ୟ ଗୁଇନ୍ଦା ବିଭାଗର ମୁଖ୍ୟ ଭାବେ କାର୍ଯ୍ୟରତ । ଏହି ପୁଲିସ୍‌ ମୁଖ୍ୟ ହେବା ଦୌଡ଼ରେ ନୀଳମଣିଙ୍କ ସହ ସାମିଲ୍‌ ଥିଲେ publive-imageସିଆଇଡି ମୁଖ୍ୟ ଏଚ୍‌ ସି କିଶୋର ଏବଂ ଆଣ୍ଟି କରପସନ୍‌ ବ୍ୟୁରୋ ମୁଖ୍ୟ ଏମ୍‌ଏନ୍‌ ରେଡ୍ଡି । ନୀଳମଣି ୧୯୮୩ ମସିହାରେ କର୍ଣ୍ଣଟକ କ୍ୟାଡରର ଆପିଏସ୍‌ ଭାବେ ନିଯୁକ୍ତି ପାଇଥିଲେ। ଅନ୍ୟ ଦୁହିଁଙ୍କ ଅପେକ୍ଷା ନୀଳମଣି ବରିଷ୍ଠ।

ପୁଲିସ୍‌ ମୁଖ୍ୟ ଭାବେ ନୀଳମଣି ରାଜୁଙ୍କ ନାମ ଘୋଷିତ ହେବା ପରେ କର୍ଣ୍ଣାଟକର ଚର୍ଚ୍ଚିତ ମହିଳା ଆଇପିଏସ୍‌ ଡି ରୁପା ଟୁଇଟ୍‌ କରିଛନ୍ତି। ସେ କହିଛନ୍ତି, ‘ରାଜ୍ୟ ପ୍ରଥମ କରି ମହିଳା ପୁଲିସ୍‌ ମୁଖ୍ୟ ପାଇଛି। ଶ୍ରୀମତୀ ନୀଳମଣି ରାଜୁ ଡିଜି ଏବଂ ଆଇଜିପି ଭାବେ ନିଯୁକ୍ତ ପାଇଛନ୍ତିି।’ଏହା ସହିତ ଡି ରୁପା ଆର୍‌କେ ଦତ୍ତଙ୍କୁ ବିଦାୟକାଳୀନ ସମ୍ବୋଧନ କରି ଲେଖିଛନ୍ତି, ‘ଡିଜି ଆର କେ ଦତ୍ତଙ୍କୁ ବିଦାୟ। ସେ ଦୀର୍ଘ ୩୭ ବର୍ଷ ଧରି ଚମତ୍କାର ସେବା ପ୍ରଦାନ କରିବା ପରେ ଶେଷରେ ଅବସର ନେଇଛନ୍ତି।’

ପୁଲିସ୍‌ ମୁଖ୍ୟ ନିଯୁକ୍ତି ନେଇ ଗୃହମନ୍ତ୍ରୀ ରାମଲିଙ୍ଗା ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଏକ ଚୟନ କମିଟି ଗଠନ କରାଯାଇଥିଲା। ରେଡ୍ଡି ୩ ଜଣ ବରିଷ୍ଠ ଆଇପିଏସ୍‌ ଅଫିସର୍‌ଙ୍କ ନାମ ସୁପାରିସ କରିଥିଲେ। ଏହି ନାମ ତାଲିକା ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ନିକଟରେ ଉପସ୍ଥାପିତ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ଗତ ୧୦ ମାସ ହେବ ଆର୍‌କେ ଦତ୍ତ ପୁଲିସ୍‌ ମୁଖ୍ୟ ଭାବେ କାର୍ଯ୍ୟ ଭାର ତୁଲାଇ ଆସୁଥିଲେ। ସେ କୋରକାଙ୍ଗଲର କେଏସ୍‌ଆର୍‌ପିରୁ ମଙ୍ଗଳବାର ଅବସର ନେଇଛନ୍ତି। ପୂର୍ବରୁ ପ୍ରକାଶ ପାଇଥିଲା ସରକାର ହୁଏତ ଦତ୍ତଙ୍କ କାର୍ଯ୍ୟକାଳକୁ ଆହୁରି ୩ ମାସ ବର୍ଦ୍ଧିତ କରିପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe