କନକ ବ୍ୟୁରୋ : ନୀଳଗିରିି ରାଜନୀତିରେ ଉପୁଜିଛି ଗୋଳମାଳିଆ ସ୍ଥିତି । ଫଳରେ ବିଜେପି, ବିଜେଡି ଓ କଂଗ୍ରେସ ରାଜ୍ୟର ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଘୋଷଣା କରି ସାରିଥିଲେ ବି ଏଠାରେ ଟିକେଟ ୍ଝୁଲାଇ ରଖିଛନ୍ତି । ନୀଳଗିରି ବିଜେପିରେ ସବୁକିଛି ଠିକଥିଲା । ହେଲେ ହଠାତ ତ୍ସ୍ଥାନୀୟ ବିଧାୟକ ସୁକାନ୍ତ ନାୟକ ଦଳରୁ ଇସ୍ତଫା ଦେବାପରେ ରାଜନୈତିକ ସମୀକରଣ ଓଲଟ ପାଲଟ ହୋଇଯାଇଛି । ଦଳ ଏଠାରୁ କାହାକୁ ଟିକେଟ୍ ଦେବ, ସେ ନେଇ ଅଙ୍କ କଷା ଛିଣ୍ଡୁନି । ତେବେ ଯାହା ଚର୍ଚ୍ଚା ହେଉଛି; ଦଳର ବରିଷ୍ଠ ନେତ୍ରୀ ସୁଷମା ବିଶ୍ୱାଳ , ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ର ବିନ୍ଦୁ ଦାସ ଓ ଓଡ଼ିଶାର ଜଣାଶୁଣା ସ୍ନାୟୁଶଲ୍ୟ ଚିକିତ୍ସା ବିଶେଷଜ୍ଞ ପ୍ରଫେସର ଡା.ପ୍ରତାପ ରଥ ଓ ଶୁବ ନେତା ତାପସ ମହାନ୍ତିଙ୍କ ମଧ୍ୟରୁ କାହାକୁ ଜଣକୁ ପ୍ରାର୍ଥୀ କରିପାରେ ଦଳ । ସମାନ ଅବସ୍ଥା ରହିଛି ବିଜେଡି । ଏହାମଧ୍ୟରେ ବିଧାୟକ ସୁକାନ୍ତ ପଦ୍ମ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ସେ ଦଳୀୟ ଟିକେଟରେ ନୀଳଗିରି ଆସନରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଆକଳନ କରାଯାଉଛି । ଏହାପରେ ଦଳରେ କନ୍ଦଳ ଦେଖାଦେଇଛି । ପୂର୍ବରୁ ଟିକେଟ୍ ଆଶାୟୀ ଥିବା ଦଳର ବରିଷ୍ଠ ନେତା ସନ୍ତୋଷ ଖଟୁଆଙ୍କ ପାଇଁ ଅଡୁଆ ବଢ଼ିଛି । ୨୦୧୯ ନିର୍ବାଚନରେ ସନ୍ତୋଷ ଖୁବ ଅଳ୍ପ ବ୍ୟବଧାନରେ ସୁକାନ୍ତଙ୍କଠାରୁ ହାରିଯାଇଥିଲେ । ସେବେଠୁ ସେ ନୀଳଗିରିରେ ବିଜେଡି ସଙ୍ଗଠନକୁ ଆଗକୁ ବଢ଼ାଇବା ସହ ତୃଣମୂଳସ୍ତରରେ ପ୍ରତିଟି କର୍ମୀ ସହ ନିରନ୍ତର ଯୋଗାଯୋଗରେ ରହି ଦଳର ଶକ୍ତି ସାମର୍ଥ୍ୟକୁ ସୁଦୃଢ ଼କରିଛନ୍ତି । ଏପରି ସମୟରେ ପ୍ରାର୍ଥୀ ବାଛିବା ଦଳ ପାଇଁ କଷ୍ଟକର ହୋଇପଡ଼ିଛି । ଅନ୍ୟପଟେ କଂଗ୍ରେସ ମଧ୍ୟ ପ୍ରାର୍ଥୀ ଚୟନ ନେଇ ଦ୍ୱନ୍ଦ୍ୱରେପଡ଼ିଛି । ନୀଳଗିରି ରାଣୀ ମନୋଜମଞ୍ଜରୀ ଦେବୀ ଟିକେଟ୍ ଦୌଡ଼ରେ ଆଗରେ ଥିଲେ । କୁହାଯାଉଥିଲା , ଗତଥର ପରି ଏଥର ମଧ୍ୟ ଦଳ ତାଙ୍କ ଉପରେ ଭରସା କରିବ । ହେଲେ ଅପ୍ରତ୍ୟାଶିତ ଭାବେ ରାଣୀ ଏଥର ନିର୍ବାଚନ ଲଢ଼ିବେନି ବୋଲି ଦଳୀୟ ନେତୃତ୍ୱକୁ ଜଣାଇଛନ୍ତି । ଫଳରେ ଅନେକ ଟିକେଟ୍ ଆଶାୟୀ ଦେଖାଦେଇଛନ୍ତି ।