କେତେ ନିଷ୍ଠୁର ଏ ବିଧାତା ! ଜେଜେବାପାଙ୍କ ଦଶାହ କ୍ରିୟା ବେଳେ ଦଶାହ ଘାଟରେ ବୁଡ଼ି ନାତିର ମୃତ୍ୟୁ

122

କନକ ବ୍ୟୁରୋ: ମୃତ୍ୟୁ କେତେବେଳେ କେଉଁଠି ଏବଂ କାହାରିକୁ ଆସେ ଏକଥା କେହି କହିପାରିବେନି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନୀଳଗିରି ବାଲିଗୋହିରୀରେ । ଜେଜେବାପାଙ୍କ ଦଶାହ କ୍ରିୟା ପାଇଁ ଦଶାହ ଘାଟରେ ବୁଡ଼ ପକାଇବା ସମୟରେ ପାଣିରେ ବୁଡ଼ିଯାଇ ନାତିର ମୃତ୍ୟୁ ହୋଇଛି । ବାଳିଗୋହିରୀ ଗାଁର ସୁରେଶ ମହାପାତ୍ରଙ୍କ ମୃତ୍ୟୁର ଦଶାହ କ୍ରିୟା ଚାଲିଥିଲା ।

ନାତି ଓଁକାର ମହାପାତ୍ର ଦଶାହରେ ମୁଣ୍ଡନ ପରେ ପୋଖରୀକୁ ବୁଡ଼ ପକାଇବାକୁ ଯାଇ ସେଠାରେ ବୁଡ଼ି ଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ନୀଳଗିରି ମେଡ଼ିକାଲକୁ ଆଣିଥିଲେ ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଅକୁ ହରାଇ ପରିବାରରେ ଶୋକର ଛାୟା ଖେଳି ଯାଇଛି । ମୃତ ଓଁକାର ଆଇଜରରେ ଅଧ୍ୟୟନ କରୁଥିଲେ ।