ସୀମାପାର କଲା ନୃସଂସ ବାପା ! ଦଶମ ପରୀକ୍ଷାରେ ସନ୍ତୋଷଜନକ ଗ୍ରେଡ୍ ନ ଆଣିବା ଆଶଙ୍କାରେ ଝିଅକୁ ଜିଅନ୍ତା ଜାଳୁଥିଲା ବାପା ।

ସୀମାପାର କଲା ନୃସଂସ ବାପା ! ଦଶମ ପରୀକ୍ଷାରେ ସନ୍ତୋଷଜନକ ଗ୍ରେଡ୍ ନ ଆଣିବା ଆଶଙ୍କାରେ ଝିଅକୁ ଜିଅନ୍ତା ଜାଳୁଥିଲା ବାପା ।

image courtesy - Pinterest

ବାହାରିଗଲା ମାଟ୍ରିକ ପରୀକ୍ଷା ଫଳ। ଏହାକୁ ନେଇ ପରୀକ୍ଷାର୍ଥୀମାନେ ନାନା ଆଶା ଆଶଙ୍କା ମଧ୍ୟରେ ଥିବାବେଳେ ସଚେତନ ଅଭିଭାବକମାନେ ସେମାନଙ୍କୁ ମାନସିକ ଚାପରୁ ଦୂରେଇ ରଖିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ନୀଳଗିରି ଅଞ୍ଚଳରେ ଜଣେ ବ୍ୟକ୍ତି ମାଟ୍ରିକ ପରୀକ୍ଷା ଖରାପ ଫଳ କରିବା ଆଶଙ୍କାରେ ନିଜ ଝିଅକୁ ଘରେ ପୁରାଇ କିରୋସିନି ଢାଳି ପୋଡ଼ି ମାରିବାକୁ ଉଦ୍ୟମ କରିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ପଡ଼ୋଶୀଙ୍କ ସହାୟତାରେ ପୁଲିସ ଭୟଭୀତ ଅବସ୍ଥାରେ ଥିବା ଝିଅକୁ ଉଦ୍ଧାର କରିଛି। ତେବେ ନାବାଳିକା ଜଣକ ନିଜ ବାପାର ଏଭଳି ନୃଶଂସତା ସଂପର୍କରେ ଥାନାରେ କୌଣସି ଅଭିଯୋଗ ନ କରିବାରୁ ପୁଲିସ ସୈତାନ ବାପାକୁ ଗିରଫ ନକରି ଫେରି ଆସିଛି। publive-imageଏପରି ଏକ ଅଭାବନୀୟ ଘଟଣା ଘଟିଛି ନୀଳଗିରି ବ୍ଲକ ଅଧୀନସ୍ଥ ଜାମୁଡ଼ିହା ଗ୍ରାମରେ। ସୁଚନା ଅନୁଯାୟୀ ଉକ୍ତ ଗ୍ରାମର ରାଣୀ (ଛଦ୍ମନାମ) (୧୪) ଚଳିତବର୍ଷ ଭୂଦାରଚଣ୍ଡି ହାଇସ୍କୁଲରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲା । ନିଦ ଆଜି ପରୀକ୍ଷାଫଳ ବାହାରୁ ଥିବାର ଜାଣି ଗତକାଲି ଅପରାହ୍ଣରେ ତା’ର ବାପା ଝିଅକୁ ଡକାଇ କେଉଁ ଗ୍ରେଡ୍ ପାଇବୁ ବୋଲି ପଚାରିଥିଲା। ତେବେ ଝିଅଟି ସନ୍ତୋଷଜନକ ଉତ୍ତର ନ ଦେଇପାରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ବାପା ତା’କୁ ଘର ଭିତରେ ପୁରାଇ ବାହାର ପଟୁ ଚାବି ପକାଇ ଦେଇଥିଲା। ପରେ କିରୋସିନି ନେଇ କବାଟ ଓ ଆଜବେଷ୍ଟ ଉପରେ ଢାଳି ନିଆଁ ଲଗାଇବା ପାଇଁ ଉଦ୍ୟମ କରୁଥିଲା । ଏହାକୁ ଦେଖି ତାଙ୍କ ପଡ଼ୋଶୀ ନୀଳଗିରି ଥାନାକୁ ଖବର ଦେଇଥିଲେ। ଖବର ପାଇ ତୁରନ୍ତ ନୀଳଗିରି ଥାନାର ଏଏସଆଇ ବିଷ୍ଣୁମୋହନ ରାଉତ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ନାବାଳିକାକୁ ଘର ଭିତରୁ ଉଦ୍ଧାର କରିଥିଲେ। ଏ ନେଇ ନାବାଳିକାକୁ ପଚାରିବାରୁ ତାଙ୍କ ବାପା ମଦ ପିଇ ଏଭଳି କରିଥିବା ସେ ପୁଲିସ ଆଗରେ ପ୍ରକାଶ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe