ନୀଳ କନ୍ଦରକୁ ଫେରିଲେ ମହାପ୍ରଭୁ । ମାନବୀୟ ଲୀଳାଖେଳା ପରେ ରତ୍ନବେଦୀକୁ ବାହୁଡିଲେ ଶ୍ରୀଜିଉ, ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନଭଂଜନ କଲେ କଳା ଠାକୁର

ନୀଳ କନ୍ଦରକୁ ଫେରିଲେ ମହାପ୍ରଭୁ । ମାନବୀୟ ଲୀଳାଖେଳା ପରେ ରତ୍ନବେଦୀକୁ ବାହୁଡିଲେ ଶ୍ରୀଜିଉ, ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନଭଂଜନ କଲେ କଳା ଠାକୁର

କନକ ବ୍ୟୁରୋ : ନୀଳକନ୍ଦରକୁ ଫେରିଲେ ମହାପ୍ରଭୁ । ୧୨ ଦିନ ପରେ ଚତୁର୍ଦ୍ଧାମୂର୍ତି ଆଜି ରତ୍ନବେଦୀକୁ ଫେରିଛନ୍ତି । ସଅଳ ସରିଛି ଶ୍ରୀଜିଉଙ୍କ ନୀତି । ବଡ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ନେଇ ଶ୍ରୀମନ୍ଦିର ଫେରିଛନ୍ତି ଜଗତର ନାଥ ଜଗନ୍ନାଥ । ରଥ ଉପରେ ଠାକୁରମାନଙ୍କ ସଂଧ୍ୟା ଧୂପ ସରିବା ପରେ ପ୍ରତିରଥରେ ଚାରମାଳ ବନ୍ଧାଯାଇଥିଲା ।

ପ୍ରଥମେ ବିଜେ କାହାଳୀ, ପରେ ବନ୍ଦାପନା ଓ ଡୋରି ଲାଗି ନୀତି ହୋଇଥିଲା । ପରେ ଗୋଟି ପହଣ୍ଡିରେ ବିଗ୍ରହମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ । ପ୍ରଥମେ ସୁଦର୍ଶନ, ପରେ ଦେବୀ ସୁଭଦ୍ରା, ବଡଭାଇ ବଳଭଦ୍ର ଏବଂ ପରେ କାଳିଆ ସାଆନ୍ତ ନିଳଦ୍ରୀବିଜେ କରିଛନ୍ତି । ଆସନ୍ତାକାଲି ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ତତ୍ପର କରାଯାଇଛି । ନିଳାଦ୍ରୀବିଜେ ସହ ସରିଛି ମହାପ୍ରଭୁଙ୍କ ଯାତ୍ରା । ଶ୍ରୀମନ୍ଦିର ବାହାରେ କୋଟି କୋଟି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ ।

ଶ୍ରୀଗୁଣ୍ଡିଚା ଯାତ୍ରାର ଅନ୍ତିମପର୍ବ ହେଉଛି ‘ନୀଳାଦ୍ରି ବିଜେ’। ଜ୍ୟେଷ୍ଠ ଶୁକ୍ଳଦଶମୀ ବା ବାହୁଡ଼ା ଦଶମୀ ଦିନ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରର ସିଂହଦ୍ଵାରକୁ ଫେରିବା ପରେ, ଶ୍ରୀଜିଉମାନେ ଯେଉଁଦିନ ନୀଳାଦ୍ରିକନ୍ଦରର ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରନ୍ତି, ସେହିଦିନଟି ‘ନୀଳାଦ୍ରିବିଜେ’ ଭାବରେ ପ୍ରସିଦ୍ଧ। ଏହା ଏକ ପରମ ଆନନ୍ଦଦାୟକ ପର୍ବ।

publive-imageଶ୍ରୀମନ୍ଦିର ସ୍ୱତ୍ଵଲିପିରେ ଏହା ‘ଦ୍ଵାଦଶୀ-ନୀଳାଦ୍ରି ବିଜେ’ ବୋଲି ଉଲ୍ଲେଖ ଅଛି। ଆହୁରି ସ୍ପଷ୍ଟ ଭାବରେ ସେଥିରେ କୁହାଯାଇଛି, ‘‘ଏହି ନୀତି ଆଷାଢ଼ ଶୁକ୍ଳ ଦ୍ଵାଦଶୀ ଦିନ ହୁଏ।’’ କିନ୍ତୁ ଏହି ନୀତି ଏବେ ଦ୍ଵାଦଶୀ ଦିନ ହେଉନାହିଁ। ଏକାଦଶୀ ଦିନ ରଥ ଉପରେ ଶ୍ରୀଜିଉମାନଙ୍କର ‘ବଡ଼ ତଢ଼ଉ ବେଶ’ ବା ସୁନାବେଶ ହେବାପରେ, ଦ୍ଵାଦଶୀ ଦିନ ‘ଅଧରପଣା ନୀତି’ ଅନୁଷ୍ଠିତ ହେଉଛି। ଏଣୁ ‘ଦ୍ଵାଦଶୀ ନୀଳାଦ୍ରିବିଜେ’ ପରିବର୍ତ୍ତେ ସେହି ଦିନକୁ ‘ଅଧର ଦ୍ଵାଦଶୀ’ କୁହାଯାଉଛି। ତ୍ରୟୋଦଶୀ ଦିନ ବା କେବେ କେବେ ଚତୁର୍ଦ୍ଦଶୀ ଦିନ ନୀଳାଦ୍ରିବିଜେ ହେଉଛି।

ନୀଳାଦ୍ରିବିଜେ ନୀତି ସଂପର୍କରେ ସ୍ୱତ୍ଵଲିପିରେ ଉଲ୍ଲେଖ ଅଛି, ‘‘ଏହି ଦିନ ଠାକୁରମାନଙ୍କର ଗୋଟି ପହଣ୍ଡି ହୁଏ। ସନ୍ଧ୍ୟାଧୂପ ସରିବା ପରେ, ବିଜେ କାହାଳୀ ବାଜି ପହଣ୍ଡି ଆରମ୍ଭ ହୁଏ। ରାଘବ ଦାସ ମଠ ଟାୟା (ଟାହିଆ) ଯୋଗାନ୍ତି। ପହଣ୍ଡି ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ହୁଏ। ଅଖଣ୍ଡ ବଇଠା ବସାହୁଏ। ବଡ଼ଠାକୁର ଓ ସୁଭଦ୍ରା ପହଣ୍ଡି ହୋଇ ଆସନ୍ତି।’’ ତେବେ, ତା’ ପୂର୍ବରୁ ପ୍ରଥମେ ରାମ-କୃଷ୍ଣ ଓ ମଦନମୋହନ ଶ୍ରୀମନ୍ଦିରକୁ ଯାଇଥାଆନ୍ତି। ତାଙ୍କ ପରେ ଶ୍ରୀସୁଦର୍ଶନଙ୍କର ପହଣ୍ଡି ହୋଇଥାଏ। ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୁଏ ସବାଶେଷରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe