କନକ ବ୍ୟୁରୋ : ‘ନୀଳାଦ୍ରିବିଜେ’ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଅନ୍ତିମ ପର୍ବ । ଏହି ପର୍ବ ମଧ୍ୟ ଅତ୍ୟନ୍ତ ଆନନ୍ଦଦାୟକ । କାରଣ ଏହି ଦିନ ଠାକୁରମାନେ ସେମାନଙ୍କର ରତ୍ନସିଂହାସନକୁ ବାହୁଡ଼ିଥାଆନ୍ତି । ଏହାର ଗୁରୁତ୍ୱ ହେଉଛି, ସାରା ବର୍ଷରେ ମାତ୍ର ଗୋଟିଏ ଥର, ଠାକୁରମାନେ ଶ୍ରୀମନ୍ଦିରର ରତ୍ନସିଂହାସନ ଛାଡ଼ିଥାଆନ୍ତି । ସେଇଟି ହେଉଛି ସ୍ନାନପୂର୍ଣ୍ଣିମା । ସେଦିନ ରତ୍ନସିଂହାସନ ଛାଡ଼ି ସ୍ନାନବେଦିକୁ ଯିବା ପରେ, ସେମାନେ ଦୀର୍ଘ ପ୍ରାୟ ଏକ ମାସ ରତ୍ନସିଂହାସନକୁ ଫେରି ନଥାନ୍ତି । ସ୍ନାନ ବେଦିରୁ ସେମାନେ ଅଣସରବେଦିକୁ ଯାଆନ୍ତି ଏବଂ ସେଠି ପ୍ରଥମେ ଅସୁସ୍ଥ ଓ ପରେ ସୁସ୍ଥ ହେବା ପରେ, ନବଯୌବନରେ ଦର୍ଶନ ଦେଇ, ରଥରେ ଚଢ଼ି ଗୁଣ୍ଡିଚା ମନ୍ଦିରକୁ ଚାଲି ଯାଇଥାଆନ୍ତି । ବାହୁଡ଼ାଯାତ୍ରାରେ ଫେରିବା ପରେ, ରଥରେ ସୁନାବେଶ ଓ ଅଧରପଣା ନୀତି ହୁଏ । ଅଧରପଣା ନୀତି ପରେ ଯାଇ ସେମାନେ ଶ୍ରୀମନ୍ଦିରକୁ ଫେରନ୍ତି । ତେଣୁ ଜ୍ୟେଷ୍ଠ ପୂର୍ଣ୍ଣମୀରୁ ଆଷାଢ଼ ଶୁକ୍ଳ ତ୍ରୟୋଦଶୀ, ଦୀର୍ଘ ପ୍ରାୟ ଏକ ମାସ ବ୍ୟବଧାନରେ ସେମାନେ ରତ୍ନସିଂହାସନକୁ ଫେରନ୍ତି । ଏହା ହେଉଛି ‘ନୀଳାଦ୍ରି ବିଜେ’ ।
/kanak/media/post_attachments/wp-content/uploads/2019/07/baha3.jpg)
/kanak/media/post_attachments/wp-content/uploads/2019/07/baha4.jpg)
/kanak/media/post_attachments/wp-content/uploads/2019/07/Niladri-Bije.jpg)
/kanak/media/post_attachments/wp-content/uploads/2019/07/Niladri-Bije-1.jpg)
ବାହା ବେଶରେ ମଦନମୋହନ
ଏହି ନୀତି ସଂପର୍କରେ ଶ୍ରୀମନ୍ଦିର ‘ସ୍ୱତ୍ୱଲିପି’ରେ ଉଲ୍ଲେଖ ଅଛି, “ଦ୍ୱାର ଫିଟି ଠାକୁର ଭଣ୍ଡାରକୁ ଲକ୍ଷ୍ମୀଙ୍କ ପାଖରେ ବିଜେ ହେଲେ, ରୁକ୍ମିଣୀ ବିବାହର ଗଇଣ୍ଠାଳ ଭିତରଛ ମହାପାତ୍ର ଫିଟାନ୍ତି । ବନ୍ଦାପନା ଓ ଭୋଗ ହୁଏ । ଘସା, ବିଡ଼ିଆ ମଣୋହି ପରେ ଠାକୁର ସିଂହାସନକୁ ବିଜେ କରନ୍ତି ।” ଏ ପ୍ରସଙ୍ଗରେ ବିଶେଷ ଉଲ୍ଲେଖନୀୟ ଯେ ଏହା ପୂର୍ବରୁ ହେଉଥିବା ‘ଲକ୍ଷ୍ମୀ-ନାରାୟଣ ବଚନିକା’ ଯେପରି ମଧୁର ଦାମ୍ପତ୍ୟ ଲୀଳା, ଏହି ସମୟର ‘ଭୋଗ’ ମଧ୍ୟ ସେହିପରି ଅତ୍ୟନ୍ତ ମଧୁର । କାରଣ ଏହି ଭୋଗ ହେଉଛି, ବର୍ଷକରେ ଶ୍ରୀମନ୍ଦିରରେ ମାତ୍ର ଥରେ ହେଉଥିବା ‘ରସଗୋଲା’ ଭୋଗ ।