କନକ ବ୍ୟୁରୋ: ସରିଲା ରଥଯାତ୍ରା । ରତ୍ନବେଦୀକୁ ବାହୁଡିଲେ ଶ୍ରୀଜିଉ । ଆଜିଠାରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସାଧାରଣ ଦୈନନ୍ଦିନ ନୀତି ଅନୁଷ୍ଠିତ ହେବା ସହ ଶ୍ରୀମନ୍ଦିରରେ ମିଳିବ ନୀଳାଚଳ ଅବଢ଼ା । ଶ୍ରୀଗୁଣ୍ଡିଚାରେ ଶ୍ରୀମନ୍ଦିରରୁ ବାହାରିଥିବା ମହାପ୍ରଭୁ ରତ୍ନସିଂହାସନକୁ ଫେରିଛନ୍ତି । ଶ୍ରୀକ୍ଷେତ୍ରରେ ସରିଛି ନିଳାଦ୍ରୀ ବିଜେ ନୀତି । ସିଂହଦ୍ୱାର ସମ୍ମୁଖରେ ଠିଆ ହୋଇଥିବା ତିନି ରଥରୁ ଗୋଟି ପହଣ୍ଡିରେ ନୀଳକନ୍ଦରକୁ ବିଜେ କରିଛନ୍ତି ଶ୍ରୀଜିଉ ।
ଆନୁସଙ୍ଗିକ ସମସ୍ତ ନୀତି ଶେଷ ହେବା ପରେ ପ୍ରଥମେ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ଅନୁଷ୍ଠିତ ହୋଇଥିଲା । ଏହା ପରେ ବଡ ଠାକୁର ବଳଭଦ୍ରଙ୍କୁ ପହଣ୍ଡିରେ ଶ୍ରୀମନ୍ଦିର ଭିତରକୁ ନେଇଥିଲେ ସେବାୟତ । ପରେ ଭଉଣୀ ସୁଭଦ୍ରା ମଧ୍ୟ ପହଣ୍ଡି ହୋଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ଶ୍ରୀଜଗନ୍ନାଥଙ୍କ ପହଣ୍ଡି । ଗୋଟି ପହଣ୍ଡିରେ ରତ୍ନବେଦୀକୁ ଫେରିଛନ୍ତି ମହାପ୍ରଭୁ । ଏଥିସହ ଶେଷ ହୋଇଛି ରଥଯାତ୍ରାର ସମସ୍ତ ରୀତି ନୀତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/d171158c00ecc38e7d91c3bfe1c58aa7.jpg)