ସରିବ ମହାପ୍ରଭୁଙ୍କ ଘୋଷଯାତ୍ରା: ୧୨ ଦିନର ଲୀଳାଖେଳା ସାରି ଆଜି ନୀଳାଦ୍ରି ବିଜେ କରିବେ ଚତୁର୍ଦ୍ଧାମୂରତି, ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ

Advertisment
ସରିବ ମହାପ୍ରଭୁଙ୍କ ଘୋଷଯାତ୍ରା: ୧୨ ଦିନର ଲୀଳାଖେଳା ସାରି ଆଜି ନୀଳାଦ୍ରି ବିଜେ କରିବେ ଚତୁର୍ଦ୍ଧାମୂରତି, ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ

କନକ ବ୍ୟୁରୋ: ସରିଲା ଘୋଷ ଯାତ୍ରା। ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ବାହାରେ ପତିତଜନଙ୍କୁ ଦର୍ଶନ ଦେଲେ ମହାପ୍ରଭୁ। ୧୨ ଦିନର ଏହି ଲୀଳାଖେଳ ଶେଷ ପରେ ଆଜି ଚତୁର୍ଦ୍ଧା ମୂର୍ତ୍ତି ନୀଳାଦ୍ରି ବିଜେ କରିବେ। ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତି ପୁଣି ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିବେ। ଏତେ ଦିନ ଧରି ମାନ କରି ରହିଥିବା ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କର ମାନଭଞ୍ଜନ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଅଧରପଣା ଓ ଗରୁଡ଼ ଶୟନ ନୀତି ଶେଷ ହୋଇଥିବା ବେଳେ ଆଜି ନୀଳାଦ୍ରି ବିଜେ ଲାଗି ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରିଛି।

publive-image

ଆଜି ଭୋର ୬ଟାରେ ତିନି ରଥରେ ମଙ୍ଗଳ ଆଳତି, ସାଢ଼େ ୬ଟାରେ ମଇଲମ ଓ ତଡ଼ପଲାଗି, ସକାଳ ୭ଟାରେ ଅବକାଶ ନୀତି, ସକାଳ ସାଢ଼େ ୭ଟାରେ ବେଶ ଶେଷ ହୋଇଛି । ସାଢ଼େ ୮ଟାରେ ଗୋପାଳବଲ୍ଲଭ, ୯ଟାରୁ ୧୦ଟା ସକାଳ ଧୂପ, ପୂର୍ବାହ୍ଣ ୧୦ଟା୧୫ରେ ମଇଲମ, ୧୦ଟା ୪୫ରେ ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ, ପୂର୍ବାହ୍ଣ ୧୧ଟାରେ ବେଶ ଶେଷ, ସାଢ଼େ ୧୧ଟାରୁ ସାଢେ ୧୨ଟା ମଧ୍ୟାହ୍ନ ଧୂପ, ଅପରାହ୍ଣ ଗୋଟାଏ ୨୦ରେ ମଇଲମ ଓ ବେଶ, ସାଢ଼େ ଗୋଟାଏରେ ସଂଧ୍ୟା ଆଳତି ଏବଂ ମଧ୍ୟାହ୍ନ ୨ରୁ ୩ଟା ସଂଧ୍ୟା ଧୂପ ନୀତି ଅନୁଷ୍ଠିତ ହେବ।

publive-image

ଅପରାହ୍ଣ ୩ରୁ ସଂଧ୍ୟା ୫ଟା ଭିତରେ ତିନି ରଥରେ ଚାରବନ୍ଧା ସରିବା ପରେ ସଂଧ୍ୟା ସାଢ଼େ ୫ଟାରେ ସିଂହାସନ ମାଜଣା କରାଯିବ। ସଂଧ୍ୟା ୬ଟାରେ ପୁଷ୍ପାଞ୍ଜଳି ପରେ ସାଢ଼େ ୬ଟାରେ ପହଣ୍ଡି ଆରମ୍ଭ ହେବ। ରାତି ୧୧ଟାରେ ପହଣ୍ଡି ଶେଷ ପରେ ରୁନ୍ଧା କାର୍ୟ୍ୟ ସମାପନ ହେବ। ତିନି ରଥରୁ ଚାରଫିଟା ପରେ ସମୟକୁ ଚାହିଁ ଅନ୍ୟାନ୍ୟ ନୀତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe