ପ୍ରବଳ ବର୍ଷା ପବନରେ ଚିରି ଉଡିଗଲା ନୀଳଚକ୍ର ବାନା । ପୁଣି ଶ୍ରୀମନ୍ଦିରରେ ନୂଆ ବାନା ବାନ୍ଧିଥିଲେ ଚୁନରା ସେବକ

ପ୍ରବଳ ବର୍ଷା ପବନରେ ଚିରି ଉଡିଗଲା ନୀଳଚକ୍ର ବାନା । ପୁଣି ଶ୍ରୀମନ୍ଦିରରେ ନୂଆ ବାନା ବାନ୍ଧିଥିଲେ ଚୁନରା ସେବକ

କନକ ବ୍ୟୁରୋ: ଶ୍ରୀମନ୍ଦିର ନୀଳଚକ୍ର ବାନା ବର୍ଷା ଓ ପବନରେ ଚିରି ଯାଇଥିବା ଦେଖିବାକୁ ମିଳିଛି। ଏହା ପରେ ଚୁନରା ସେବକମାନେ ନୂଆ ବାନା ବାନ୍ଧିଥିଲେ । କରୋନା ମହାମାରୀ ଭିତରେ ଏଭଳି ବାରମ୍ବାର ଅଘଟଣକୁ ଭକ୍ତମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଶୁକ୍ରବାର ଦିନ ଅପରାହ୍ଣ ପ୍ରାୟ ୫ଟାରେ ପ୍ରବଳ ବର୍ଷା ପବନ ହୋଇଥିଲା। ପବନର ବେଗ ବି ଅଧିକ ଥିଲା। ପ୍ରବଳ ବର୍ଷା ପବନ ସତ୍ତ୍ବେ ନୀଳଚକ୍ର ଓ ଏହାର ବାନା ସର୍ବଦା ଅକ୍ଷତ ରହିଥାଏ। କିନ୍ତୁ ବର୍ଷା ପବନରେ ବାନା ଚିରିଯିବା ଏକ ବିପତ୍ତିର ଆଭାସ ଦେଉଥିବା ଭକ୍ତମାନେ ମତପ୍ରକାଶ କରିଛନ୍ତି।

ପୂର୍ବରୁ ଭକ୍ତଙ୍କ ପ୍ରବେଶରେ କଟକଣା ସମୟରେ ବି ଏକ ବଡ଼ ଅଘଟଣ ସାମ୍ନାକୁ ଆସିଥିଲା। ଏକାଦଶୀରେ ଉଠିଥିବା ମହାଦୀପରେ ଲାଗି ମହାପ୍ରଭୁଙ୍କ ପତିତପାବନ ଜଳିଯାଇଥିଲା। ସେ ସମୟରେ ଏହାକୁ ନେଇ ନାନାଦି ଚର୍ଚ୍ଚା ହୋଇଥିଲା। ସେହି ଭଳି ପତିତପାବନ ବାନା ବି ଛିଣ୍ଡି ତଳେ ପଡ଼ିଯିବା ନଜିର ରହିଛି। ଏଭଳି ସ୍ଥିତିରେ ବାନା ଚିରି କେଉଁଆଡ଼େ ଉଡ଼ିଯିବା ପୁଣିଥରେ ଭକ୍ତଙ୍କୁ ଆଘାତ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe