ଘନ କୁହୁଡିରେ ଦିଶୁନି ନୀଳଚକ୍ର । ପତିତପାବନ ବାନା ଦର୍ଶନରୁ ବଞ୍ଚିତ ଭକ୍ତ । ଟ୍ୱିନ୍ ସିଟି ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ ।

95

କନକ ବ୍ୟୁରୋ: ଶୀତ ସାଙ୍ଗକୁ ଘନ କୁହୁଡ଼ି । ରାଜଧାନୀ ଭୁବନେଶ୍ୱରରେ କୁହୁଡ଼ିର ଆସନ୍ତରଣ । କୁହୁଡି ପାଇଁ ଯାତାୟାତରେ ସମସ୍ୟା । ସକାଳୁ ସକାଳୁ କୁହୁଡି ପାଇଁ ଦେଖାଯାଉନି ରାସ୍ତାଘାଟ । କଟକରେ ବି ଘନ କୁହୁଡ଼ି ଦେଖିବାକୁ ମିଳିଛି । ଆଜି ୨୨ଟି ଜିଲ୍ଲାରେ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ ।

ଝାରସୁୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼କୁ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣଂ ଜାରି ହୋଇଛି । ସେହିପରି ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀରରେ ମଧ୍ୟମରୁ ଘନ କୁହୁଡ଼ି ନେଇ ସତର୍କତା ଜାରି ହୋଇଥିଲା । ଆସନ୍ତାକାଲି ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି ।

ପୁରୀ ସହରରେ ମଧ୍ୟ ଆଜି ଘନ କୁହୁଡ଼ି ଦେଖିବାକୁ ମିଳିଛି । ଘନ କୁହୁଡ଼ି ଯୋଗୁଁ ଦୀର୍ଘ ସମୟ ଧରି ନୀଳଚକ୍ର ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତଗଣ । ବଡ଼ଦାଣ୍ଡରେ ଲାଇଟ ଲଗାଇ ଲୋକେ ଯାତାୟତ କରୁଛନ୍ତି । ଯାନବାହାନ ଚଳାଚଳରେ ସମସ୍ୟା ସୃଷ୍ଟି ହୋଇଛି । କୁହୁଡ଼ି ଯୋଗୁଁ ୫୦ ମିଟର ଦୂରତା ଭିତରେ ମୁହଁକୁ ମୁହଁ ଦେଖାଯାଉନି ।