ନୀଳଚକ୍ର ବାନାରେ ଲାଗିନାହିଁ ନିଆଁ । ପବନରେ ଉଡିଯାଇଥିଲା ପାପମୋଚନ ଏକାଦଶୀ ମହାଦୀପର ବଳିତା

ଚୂନେରା ସେବାୟତ କହିଲେ, ଭ୍ରମ ସୃଷ୍ଟି କରିଥିଲା ଉଡୁଥିବା ବଳିତା

5,672

କନକ ବ୍ୟୁରୋ: ନୀଳଚକ୍ର ବାନାରେ ଲାଗି ନାହିଁ ନିଆଁ । ପବନରେ ଉଡି ଯାଇଥିଲା ମହାଦୀପର ବଳିତା । ଯାହାକୁ ଦେଖି ଲୋକଙ୍କ ମନେର ଏକ ସନ୍ଦେହ ସୃଷ୍ଟି ହୋଇଥିଲା । ତେବେ ଗତକାଲି ପାପ ମୋଚନ ଏକାଦଶୀରେ ନୀଳଚକ୍ର ବାନାରେ ନିଆଁ ଲାଗିନଥିବା ସ୍ପଷ୍ଟ କରିଛନ୍ତି ଚୂନେରା ସେବାୟତ ଡକ୍ଟର ଶରତ ଚନ୍ଦ୍ର ମହାନ୍ତି । ସେ କହିଛନ୍ତି ଗତକାଲି ଏକାଦଶୀ ଥିବାରୁ ନୀଳଚକ୍ର ଉପରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା ।

ସଂଧ୍ୟା ୭ଟା ୪୦ ମିନିଟରେ ଜଗତର କଲ୍ୟାଣ ପାଇଁ ମହାଦୀପ ଉଠିଥିଲା । ମହାଦୀପ ଉଠିବାର କିଛି ସମୟ ପରେ ପବନ ହେବାରୁ ମହାଦୀପର ବଳିତା ପବନରେ ଉଡିଥିଲା । ଯାହାକୁ ନେଇ ଦେଖଣାହାରୀଙ୍କ ମନରେ ଏକ ସଂଦେହ ଜାତ ହୋଇଥିଲା ଯେ, ନୀଳଚକ୍ର ବାନାରେ ନିଆଁ ଲାଗିଛି । ତେବେ ପରମ୍ପରା ଆଧାରରେ ଏକାଦଶୀରେ ନୀଳଚକ୍ରରେ କେବଳ ପତିତ ପାବନ ବାନା ବନ୍ଧା ଯାଇଥାଏ । ଅନ୍ୟ କୌଣସି ବାନା ବନ୍ଧା ଯାଇନଥାଏ ।