ଉଡିଗଲା ଶ୍ରୀମନ୍ଦିର ନୀଳଚକ୍ରର ପତିତପାବନ ବାନା। ପବନ ଯୋଗୁଁ ଉଡିଯାଇଥିବା ସୂଚନା

ପୁଣି ବାନା ବାନ୍ଧିବା ପାଇଁ ପ୍ରସ୍ତୁତି ଆରମ୍ଭ

4,738

କନକ ବ୍ୟୁରୋ: ଗୋଟିଏ ପଟେ ସାମୁଦ୍ରିକ ଝଡ ଫୋନିକୁ ନେଇ ରାଜ୍ୟବାସୀ ଆତଙ୍କୀତ ଥିବା ବେଳେ ଏବେ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସାଢେ ଚାରିକୋଟି ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମରେ । ଆଜି ଭୋରୁ ଭୋରୁ ଉଡି ଯାଇଛି ପୁରୀ ଶ୍ରୀମନ୍ଦିରର ପତିତପାବନ ବାନା । ତେବେ  ଅତ୍ୟଧିକ ପବନ ଯୋଗୁଁ ଶ୍ରୀମନ୍ଦିରର ନେତ ଉଡିଯାଇଥିବା ସୂଚନା । ବାନା ବାନ୍ଧିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସେପଟେ, ଭୀଷଣ ବେଗରେ ପୁରୀ ଆଡକୁ ମାଡି ଆସୁଥିବା ସାମୁଦ୍ରିକ ଝଡ ଫୋନିକୁ ନେଇ ଲୋକେ ଭୟଭୀତ ଥିବା ବେଳେ ଶ୍ରୀମନ୍ଦିରରୁ ପତିତପାବନ ବାନା ଉଡିଯିବାକୁ ପୁରୀବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ସାମୁଦ୍ରିକ ବାତ୍ୟା ଓଡିଶା ଛୁଇଁବା ପୂର୍ବରୁ ଶ୍ରୀମନ୍ଦିରରୁ ପତିତପାବନ ବାନା ଉଡିଯିବା ଏକ ଅଶୁଭ ସଂକେତ ବୋଲି ଏବେ ପୁରୀରେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ପୁଣି ନୀଳଚକ୍ର ବାନା ବାନ୍ଧିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି । ଏହାଛଡା ପୂର୍ବରୁ ମଧ୍ୟ ପତିତପାବନ ବାନା ଅନେକ ସମୟରେ ଉଡ଼ିଯାଇଛି । ତେବେ ସବୁଠାରୁ ବଡ କଥା ହେଲା ସାମୁଦ୍ରିକ ବାତ୍ୟା ଫୋନି ଓଡିଶା ଆଡକୁ କ୍ଷୀପ୍ରଗତିରେ ମାଡି ଆସୁଥିବା ନେଇ ଖବର ଆସୁଥିବା ବେଳେ ଶ୍ରୀମନ୍ଦିରରୁ ପତିତପାବନ ବାନା ଉଡିଯିବାକୁ ଭକ୍ତମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି।