କନକ ବ୍ୟୁରୋ: ଗୋଟିଏ ପଟେ ସାମୁଦ୍ରିକ ଝଡ ଫୋନିକୁ ନେଇ ରାଜ୍ୟବାସୀ ଆତଙ୍କୀତ ଥିବା ବେଳେ ଏବେ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସାଢେ ଚାରିକୋଟି ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମରେ । ଆଜି ଭୋରୁ ଭୋରୁ ଉଡି ଯାଇଛି ପୁରୀ ଶ୍ରୀମନ୍ଦିରର ପତିତପାବନ ବାନା । ତେବେ ଅତ୍ୟଧିକ ପବନ ଯୋଗୁଁ ଶ୍ରୀମନ୍ଦିରର ନେତ ଉଡିଯାଇଥିବା ସୂଚନା । ବାନା ବାନ୍ଧିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସେପଟେ, ଭୀଷଣ ବେଗରେ ପୁରୀ ଆଡକୁ ମାଡି ଆସୁଥିବା ସାମୁଦ୍ରିକ ଝଡ ଫୋନିକୁ ନେଇ ଲୋକେ ଭୟଭୀତ ଥିବା ବେଳେ ଶ୍ରୀମନ୍ଦିରରୁ ପତିତପାବନ ବାନା ଉଡିଯିବାକୁ ପୁରୀବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି ।
ସାମୁଦ୍ରିକ ବାତ୍ୟା ଓଡିଶା ଛୁଇଁବା ପୂର୍ବରୁ ଶ୍ରୀମନ୍ଦିରରୁ ପତିତପାବନ ବାନା ଉଡିଯିବା ଏକ ଅଶୁଭ ସଂକେତ ବୋଲି ଏବେ ପୁରୀରେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ପୁଣି ନୀଳଚକ୍ର ବାନା ବାନ୍ଧିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି । ଏହାଛଡା ପୂର୍ବରୁ ମଧ୍ୟ ପତିତପାବନ ବାନା ଅନେକ ସମୟରେ ଉଡ଼ିଯାଇଛି । ତେବେ ସବୁଠାରୁ ବଡ କଥା ହେଲା ସାମୁଦ୍ରିକ ବାତ୍ୟା ଫୋନି ଓଡିଶା ଆଡକୁ କ୍ଷୀପ୍ରଗତିରେ ମାଡି ଆସୁଥିବା ନେଇ ଖବର ଆସୁଥିବା ବେଳେ ଶ୍ରୀମନ୍ଦିରରୁ ପତିତପାବନ ବାନା ଉଡିଯିବାକୁ ଭକ୍ତମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/NILACHAKRA.jpg)
/kanak/media/post_attachments/wp-content/uploads/2019/05/Patitapabana-Bana3-300x158.jpg)