କରୋନା ଲଢ଼େଇ ବେଳେ ବଦଳିଲେ ସ୍ୱାସ୍ଥ୍ୟ ସଚିବ । ନିକୁଞ୍ଜ ଧଳ ହେଲେ ଶକ୍ତି ବିଭାଗର ପ୍ରମୂଖ ସଚିବ, ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ରହିଲେ ପ୍ରଦୀପ୍ତ ମହାପାତ୍ର । ଶକ୍ତି ବିଭାଗରୁ ରାଜସ୍ୱ ବିଭାଗକୁ ବିଷ୍ଣୁପଦ ସେଠୀଙ୍କ ବଦଳି ।

593

କନକ ବ୍ୟୁରୋ: କରୋନା ମୁକାବିଲା ବେଳେ ବଡ଼ ଖବର । ବରିଷ୍ଠ ଆଇଏଏସ ସ୍ତରରେ ଆଜି ଛୋଟ ଧରଣର ବଦଳି ହୋଇଛି । ବଦଳିଲେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ । ରାଜ୍ୟ ସରକାର ତାଙ୍କୁ ବଦଳି କରି ଶକ୍ତି ବିଭାଗର ପ୍ରମୂଖ ସଚିବ ଦାୟିତ୍ୱ ଦେଇଛନ୍ତି । ୧୯୯୩ ବ୍ୟାଚର ଏହି ଆଇଏଏସ ଅଫିସର ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇବେ | ସବୁଠାରୁ ବଡ଼କଥା ହେଲା କି, ନିକୁଞ୍ଜ ବିହାରୀ ଧଳଙ୍କ ବଦଳି ପରେ ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱରେ ନଯୁକ୍ତ ପାଇଥିବା ପ୍ରଦୀପ୍ତ ମହାପାତ୍ର ଏବେ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଅଛନ୍ତି ।

ଅପରପକ୍ଷେ ଶକ୍ତି ସଚିବ ଦାୟିତ୍ୱରେ ଥିବା ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗର ପ୍ରମୂଖ ସଚିବ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସେହିପରି ୧୯୯୪ ବ୍ୟାଚର ଆଇଏଏସ ଅଫିସର ତଥା ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଥିବା ସନ୍ତୋଷ ଷଡ଼ଙ୍ଗୀଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି |