ନୀହାର କନ୍ୟା ସାହିତ୍ୟ ସଂସଦର ସପ୍ତବିଂଶ ବାର୍ଷିକ ଉତ୍ସବ: ଗାଁ ମଝିରେ କବିତା ପାଠ, ସାକ୍ଷୀ ରହିଲେ ବଣପାହାଡ…

42

କନକ ବ୍ୟୁରୋ: ସୋର ବ୍ଲକ ଅନ୍ତର୍ଗତ ଶିଙ୍ଗାଖୁଣ୍ଟା ପଞ୍ଚାୟତ ଅଧିନସ୍ଥ ନୂଆଗାଁରେ ନୀହାରକନ୍ୟା ସାହିତ୍ୟ ସଂସଦର ସପ୍ତବିଂଶ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ଉଦଘାଟନୀ ଉତ୍ସବରେ ପ୍ରଫେସର ଗଦାଧର ମିଶ୍ର ମୁଖ୍ୟ ଅତିଥି , ବିଶିଷ୍ଟ ସମାଲୋଚକ କବି ହିମାଂଶୁ ପରିଡ଼ା ମୁଖ୍ୟ ବକ୍ତା, ସ୍ମୃତିସାନ୍ତ୍ଵନା ପତ୍ରିକାର ସମ୍ପାଦିକା ସବିତାରାଣୀ ବେହେରା ଓ କବୟିତ୍ରୀ ପଦ୍ମଜା ଶରଣ ବରେଣ୍ୟ ବକ୍ତା ଭାବରେ ଯୋଗ ଦେଇ ସାଂପ୍ରତିକ ଓଡ଼ିଆ କବିତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଡକ୍ଟର ରବୀନ୍ଦ୍ର କୁମାର ବିହାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ କବି ପ୍ରସନ୍ନ କୁମାର ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ । କବି ଶିବାନନ୍ଦ ବାରିକ କବିତା ସଂଯୋଜନା କରିବା ସହ କବି ବିପ୍ଳବ ରଞ୍ଜନ ପତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂସଦର ସଂପାଦକ କବି ସୁରଞ୍ଜନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ମନୋଜ୍ଞ ଅଧିବେଶନରେ କବି ଇନ୍ଦିରା ଦାଶ, ହରିଶ୍ଚନ୍ଦ୍ର ବେହେରା, ଶ୍ରୀଦେବ, ସଂଜିତ କୁମାର ବଳ, ରଞ୍ଜୀତ ଦାସ, କୈଳାସ ଚନ୍ଦ୍ର ସାହାଣୀ, ସୁଚରିତା ମହାନ୍ତି, ଭାସ୍କର ବାରିକ , ଲାବଣ୍ୟ ନାୟକ, ଆକାଶ ସାହୁ, କୁଳମଣି ମେହେର, ସନ୍ତୋଷିନୀ ଦାଶ ଗିରି, ଐଶୂର୍ୟ୍ୟା ରାଉତ, ଅର୍ପିତା ପତି, ମନିଷା , ସିପୁନ ଜେନା, ଅମ୍ରିତା ସିଂହ, ଲକ୍ଷ୍ମୀ ପ୍ରିୟା ପୃଷ୍ଟି, କୃଷ୍ଣ ମହାରଣା, ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ, ମିରୀନା ମହାନ୍ତି, ବିପ୍ଳବ ରଞ୍ଜନ ପତି, ଦେବେନ୍ଦ୍ର ମହାଳିକ, ପତିତପାବନ ପାଣି, ସଂଗ୍ରାମ ମହାରଣା, ବିଶ୍ୱଜିତ ରାଉତ , ଜ୍ୟୋସ୍ନା ପଣ୍ଡା, ମାନସ ରଞ୍ଜନ ସ୍ବାଇଁ, ଲିପିରେଖା ଶତପଥୀ, ଅନୁରାଧା ମିଶ୍ର, ନୀହାରିକା ରଥ, ବନମାଳୀ ସେନାପତି, ଶୋଭନା ଜେନା, ରାଜୀବ ଗୋପାଳ ସ୍ୱାଇଁ, ସତ୍ୟ ରଞ୍ଜନ ପ୍ରହରାଜ, ବିଚିତ୍ରା ଦାଶ, ମଣିରାମ ଜେନା, ମନୋରଞ୍ଜନ ମୁଦୁଲି, ରମେଶ ନାୟକ, ଖଗେଶ୍ବର ମହତାବ, ଯୋଗ୍ୟଶ୍ରୀ ସାମଲ, ଲାବଣ୍ୟ ନାୟକ, ମିନତୀ ମିଶ୍ର , ପ୍ରିୟ ପତ୍ରର ସଂପାଦକଙ୍କ ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ନିମନ୍ତ୍ରିତ ହୋଇ ଆସିଥିବା ବହୁ କବି ସ୍ବରଚିତ କବିତା ପାଠ କରିଥିଲେ ।

ଏହି ଉତ୍ସବର ଦ୍ୱିତୀୟ ଅଧିବେଶନରେ ଡକ୍ଟର ହରିଶ୍ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆଲୋଚନା, ସମ୍ବର୍ଦ୍ଧନା ସଭା ଓ ନୀହାର କନ୍ୟାର ବାର୍ଷିକ ବିଶେଷାଙ୍କ ଉନ୍ମୋଚନ ସହିତ କବି କୈଳାସ ଚନ୍ଦ୍ର ସାହାଣୀ, କବି ପ୍ରତିଭା ମଞ୍ଜରୀ ଜେନାଙ୍କ କବିତା ସଙ୍କଳନ ଉନ୍ମୋଚିତ ହୋଇଥିଲା ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ପ୍ରକାଶ ମହାପାତ୍ର , ବରେଣ୍ୟ ଅତିଥି ଭାବରେ ଡକ୍ଟର ଅମିୟ ରଞ୍ଜନ ମହାପାତ୍ର, କବି ସରୋଜ ବଳ, ଶିଙ୍ଗାଖୁଣ୍ଟା ଗ୍ରାମ ପଞ୍ଚାୟତର ସରପଞ୍ଚ ଅନାଦି ଚରଣ ସାମଲ ମୁଖ୍ୟ ବକ୍ତା ଚନ୍ଦ୍ରଭାଗାର ସଂପାଦକ କବି ଶ୍ରୀଦେବ, ବରେଣ୍ୟ ବକ୍ତା ବିଭୂତି ଭୂଷଣ ଗ୍ରହାଚାର୍ୟ୍ୟ, ଯୋଗ ଦେଇ ସାହିତ୍ୟ ଓ ସମାଜ ସଂପର୍କରେ ଆଲୋଚନା କରି ଥିଲେ।

ଚଳିତ ବର୍ଷ କବି ପ୍ରଦୀପ୍ତ ପଣ୍ଡା, କବି ଇନ୍ଦିରା ଦାଶ, ଅକ୍ଷୟ ବେହେରା, ନିରଞ୍ଜନ ଜେନା, ଖଗେଶ୍ବର ମହାନ୍ତି, ମହାଶ୍ୱେତା ସାହୁ, ଯଜ୍ଞଦତ୍ତ ସାମନ୍ତରାୟ, କିଶୋର ପାଣିଗ୍ରାହୀ, ଲକ୍ଷ୍ମୀ ନାରାୟଣ ହୋତା, ଜୟନ୍ତୀ ବିଶ୍ୱାଳ ବେଉରିଆ,ମିରୀନା ମହାନ୍ତି, ନରେନ୍ଦ୍ର କୁମାର ଭୋଇ, ମିଲନ୍ କୁମାର ମିଶ୍ର, ସର୍ବାଣୀ ଦାସ, ଦୀପିକା ଦାଶ, ଦେବବ୍ରତ ଦାସ,କେ ବିପ୍ଳବ, ଐଶ୍ୱର୍ୟ୍ୟା ପ୍ରଧାନ, ସତ୍ୟ ସାହୁ ଓ ସୁନୀଲ ମିଶ୍ର ଙ୍କୁ ସମ୍ବର୍ଦ୍ଧିନା ପ୍ରଦାନ କରା ଯାଇଥିଲା। କବି ପତିତପାବନ ପାଣି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବି ପ୍ରଦୀପ୍ତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଦେବେନ୍ଦ୍ର କୁମାର ପାତ୍ର, ସମ୍ବିତ ପାତ୍ର, ନରେନ୍ଦ୍ର କୁମାର ପାତ୍ର, ରମେଶ ବେହେରା, ପ୍ରିୟ ଦର୍ଶିନୀ ପାତ୍ର, ଅଭିଷେକ ପାତ୍ର, କୃଷ୍ଣ ଚନ୍ଦ୍ର ଖଣ୍ଡା, ରବୀନ୍ଦ୍ର କୁମାର ଦାସ, ଚନ୍ଦ୍ରମୋହନ ମହାପାତ୍ର ପ୍ରମୁଖ ସହଯୋଗ ପ୍ରଦାନ କରି ଥିଲେ।