ଶେଷ ହେଲା ଦିଲ୍ଲୀପଙ୍କ ଅନ୍ତିମ ସଂସ୍କାର । ଡିଏନଏ ରିପୋର୍ଟ ଆସିବା ପରେ ଗତକାଲି ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇ୍ଥିଲା ମୃତଦେହ ।

408

କନକ ବ୍ୟୁରୋ: ହାଇଟେକ୍ ବିସ୍ଫୋରଣ ଘଟଣାରେ ମୃତ ଦିଲ୍ଲୀପ ସାମନ୍ତରାୟଙ୍କ ହେଲା ଅନ୍ତିମ ସଂସ୍କାର । ଶୋକାକୂଳ ପରିବେଶ ମଧ୍ୟରେ ଗତକାଲି ବିଳମ୍ବିତ ରାତିରେ ଅନ୍ତିମ ସଂସ୍କାର କରାଯାଇଛି । ଗତକାଲି ତୃତୀୟ ବ୍ୟକ୍ତିଙ୍କ ଡିଏନଏ ରିପୋର୍ଟ ଆସିଥିଲା । ଦିଲ୍ଲୀପ ସାମନ୍ତରାୟଙ୍କ ପରିବାର ସହ ମିଶିଥିଲା ରିପୋର୍ଟ । ଏହା ପରେ ବି ମୃତଦେହ ଗ୍ରହଣ କରିବାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଦିଲ୍ଲୀପଙ୍କ ମା’ ମଞ୍ଚେଶ୍ୱର ଥାନାରେ ଦେଇଥିବା ଏତଲା ପଞ୍ଜିକୃତ ହୋଇନଥିବାରୁ ମୃତଦେହ ନେବାକୁ ମନାକରି ଥାନା ଆଗରେ ଧାରଣାରେ ବସିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଧାରଣାରେ ବସିବା ପରେ ପୋଲିସ ଏତଲା ରୁଜୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ଏହା ପରେ ଦିଲ୍ଲୀପଙ୍କ ମୃତଦେହ ଭୁବନେଶ୍ୱର ଏମ୍ସରୁ ନେଇଥିଲେ ପରିବାର ଲୋକ ।