ଦିଲ୍ଲୀ ପରେ ପଞ୍ଜାବ ସରକାର ରାଜ୍ୟରେ ଲଗାଇଲେ ନାଇଟ୍ କର୍ଫ୍ୟୁ । ଏପ୍ରିଲ ୩୦ ପର୍ଯ୍ୟନ୍ତ ଦୈନିକ ୮ ଘଂଟା ପାଇଁ କଟକଣା

76

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ଗତ ୨୪ ଘଂଟା ମଧ୍ୟରେ ଏକ ଲକ୍ଷ ପାର କରିଛି । ଏହାରି ମଧ୍ୟରେ କରୋନା ସଂକ୍ରମଣକୁ ରୋକିବାକୁ କେନ୍ଦ୍ରସରକାର ରାଜ୍ୟ ମାନଙ୍କୁ ଦାୟିତ୍ୱ ଦେଇଥିବା ବେଳେ ଦିଲ୍ଲୀ ପରେ ପଞ୍ଜାବ ସରକାର ରାଜ୍ୟରେ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି । ଏହି କଟକଣା ଦୈନିକ ୮ ଘଂଟା ପାଇଁ ଲାଗୁ କରାଯିବ ବୋଲି କୁହାଯାଇଛି । ଏହା ରାତି ୯ ରୁ ସକାଳ ୫ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟରେ ଅତ୍ୟାବଶକୀୟ ସେବାକୁ ବାଦ ଦେଲେ ଅନ୍ୟ ସମସ୍ତ ସେବା ବନ୍ଦ ରହିବ ।

ଏହା ପୂର୍ବରୁ ରାଜଧାନୀରେ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ ବୋଲି ଘୋଷଣା କରାଯାଇଥିଲା । ଏହି ନାଇଟ୍ କର୍ଫ୍ୟୁକୁ ବାଦ ଦେଲେ ରାଜ୍ୟରେ ସମସ୍ତ ସ୍କୁଲ କଲେଜକୁ ବନ୍ଦ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ । ଏହାସହ ସାର୍ବଜନୀକ କାର୍ଯ୍ୟକ୍ରମ , ବିବାହ ଉତ୍ସବ ଉପରେ ବି କଟକଣା ଲଗାଯାଇଛି । ବାହାଘର ଭୋଜି ଯଦି ହୋଟେଲରେ ହେଉଥାଏ ତେବେ ସେଠାରେ ୧୦୦ ଲୋକ ସାମିଲ ହୋଇପାରିବେ ଓ ଏହାଯଦି ଖୋଲା ସ୍ଥାନରେ ଆୟୋଜିତ ହୋଇଥାଏ ତେବେ ୨୦୦ ଲୋକ ସାମିଲ ହୋଇପାରିବେ ବୋଲି କୁହାଯାଇଛି ।