କନକ ବ୍ୟୁରୋ: ଖସୁଛି ପାରଦ, ବଢ଼ୁଛି ଶୀତ । ଅସହ୍ୟ ଶୀତରେ ଥରୁଛି ସାରା ଓଡ଼ିଶା । କୋରାପୁଟରେ ବି ଜାରି ରହିଛି ହାଡ଼ଭଙ୍ଗା ଶୀତର ପ୍ରକୋପ । ଥଣ୍ଡାରୁ ରକ୍ଷା ପାଇବା ପାଇଁ ନିଆଁରେ ଲୋକେ ସେକି ହେଉଛନ୍ତି । ଆଉ କେହି ନିଜକୁ ଫିଟ୍ ରଖିବା ପାଇଁ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି । ସକାଳର କୁହୁଡ଼ିରେ ଲୋକେ ମର୍ଣ୍ଣିଂ ୱାର୍କ କରୁଛନ୍ତି । ଘନ କୁହୁଡ଼ି ଏତେ ମାତ୍ରାରେ ପଡ଼ିଛି ଯେ ୧୦ ମିଟର ବ୍ୟବଧାନରେ ବି ରାସ୍ତା ଦେଖାଯାଉନଥିବା ପରିସ୍ଥିତିି ସୃଷ୍ଟି ହୋଇଛି । ଜିଲ୍ଲାର ସୁନାବେଡ଼ା, ସିମିଳିଗୁଡ଼ା ଓ ଦାମନଯୋଡ଼ି ଅଞ୍ଚଳରେ ରାତିର ତାପମାତ୍ର ୧୦ ଡିଗ୍ରୀ ତଳେ ରହୁଛି ।
ରାଜ୍ୟରେ ହାଡ଼ଭଙ୍ଗା ଶୀତ । ୧୦ ଡିଗ୍ରୀ ତଳେ ୧୦ ସହରର ରାତି ତାପମାତ୍ରା । କୋରାପୁଟରେ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ିର ଆସ୍ତରଣ ।
/kanak/media/post_attachments/wp-content/uploads/2023/12/winter-3.jpg)