ଏଥର ବଢିବ ରାତିର ତାପମାତ୍ରା: ରାତିରେ ସ୍ୱଭାବିକଠାରୁ ୫ ଡିଗ୍ରୀ ଅଧିକ ରହୁଛି ତାପମାତ୍ରା, ଆହୁରି ୫ ଦିନ ଯାଏଁ ଜାରି ରହିବ ଏଭଳି ସ୍ଥିତି

150

କନକ ବ୍ୟୁରୋ: ଦିନର ତାପମାତ୍ରା ବଢ଼ିଚାଲିଥିବା ବେଳେ ଏବେ ରାତିର ବି ତାପମାତ୍ରା ବଢ଼ିବ । ଏବେ ଗରମ ହେବ ରାତି । ଗତକାଲି ଚଳିତବର୍ଷ ପ୍ରଥମ ଥର ପାଇଁ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା । କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିରେ ବି ଅଧିକ ଗରମ ହେଉଛି । ସ୍ୱାଭାବିକ ଠାରୁ ରାତି ତାପମାତ୍ରା ୫ ଡିଗ୍ରୀରୁ ଅଧିକ ରହୁଛି । ଆହୁରି ୫ ଦିନ ପର୍ଯ୍ୟନ୍ତ ଏଭଳି ଗରମ ବୃଦ୍ଧି ପାଇବ ବୋଲି ଆଂଚଳିକ ପାଣିପାଗ ବିଭାଗ କହିଛି । ଉତର ଓଡ଼ିଶାର କିଛି ସ୍ଥାନରେ ଆଜି କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରେ ୬୫ ପ୍ରତିଶତରୁ ଅଧିକ ଜଳୀୟବାଷ୍ପ ବାୟୁମଣ୍ଡଳରେ ରହୁଛି, ଯାହାଫଳରେ ଗୁଳୁଗୁଳି ବହୁତ ଅଧିକ ହେଉଛି । ଉପକୂଳରେ ଝାଂଜିପବନ ଓ ଗୁଳୁଗୁଳି ଅଧିକ ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ତାପମାତ୍ରା ଅଧିକ ରହୁଛି ।