କନକ ବ୍ୟୁରୋ : ଖଟି,ମଦୁଆ ଓ ଅସାମାଜିକଙ୍କ ଉପରେ ପୋଲିସର ନଜର । ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ମାର୍ଚ୍ଚପାଷ୍ଟ କରିଛି କମିଶନରେଟ ପୋଲିସ । ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ଉପସ୍ଥିତିରେ ଏସିପି, ଆଇଆଇସି ଓ ୨ ପ୍ଲାଟୁନ ଫୋର୍ସ ଜେଲ ଛକ, ଗଣେଶ ମଣ୍ଡପ ଛକ, ଝାରପଡା, ସନ୍ତୋଷୀ ବିହାର, କେନାଲ ରୋଡ଼ ବୁଲି ସନ୍ଦିଗ୍ଧ ସ୍ଥାନକୁ ନଜର କରିଥିଲେ । ସେହିପରି ମୈତ୍ରୀ ବିହାର ଥାନା ଅଧୀନରେ ଅତିରିକ୍ତ ଡିସିପି ପ୍ରକାଶ ପାଲଙ୍କ ନେତୃତ୍ୱରେ ଗୋଟିଏ ପ୍ଲାଟୁନ ଫୋର୍ସ ସାଲିଆ ସାହି, ଆଦିବାସୀ ଗାଁ, ଏକାମ୍ର ବିହାର, ମହାବୀର ନଗର, ଟ୍ରାକ୍ଟର ପଡିଆ, ବାବା ତିଲକ ନଗର ଆଦି ସ୍ଥାନରେ ମାର୍ଚ୍ଚପାଷ୍ଟ କରିଥିଲା ।

Advertisment

ରାତି ସମୟରେ ଏହି ଚଢ଼ାଉ କରାଯାଇଛି। ୭ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି । ସେଫ୍ ସିଟି ଡ୍ରାଇଭ ଅଧୀନରେ ନିତିଦିନ ଏଭଳି ଚଢ଼ାଉ ଜାରିରଖିଛି କମିଶନରେଟ ପୋଲିସର ବିଭିନ୍ନ ଥାନା ଓ POPD ଟିମ । ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରିରହିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ଛକ ମାନଙ୍କରେ ଚେକିଂ ଓ ବ୍ଳକିଂକୁ ମଧ୍ୟ କଡାକଡି କରାଯିବ ବୋଲି ସୂଚନା ଦେଇଛନ୍ତି ଡିସିପି ।