କନକ ବ୍ୟୁରୋ: ରାତିରେ ବୁଲି ହେବ ପ୍ରାଣୀ ଉଦ୍ୟାନ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପ୍ରଥମ କରି ଛୋଟ ପିଲମାନଙ୍କ ପାଇଁ ଏକ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପ୍ରତି ରବିବାର ସନ୍ଧ୍ୟା ସାଢ଼େ ୬ଟାରୁ ୮ଟା ପର୍ଯ୍ୟନ୍ତ ପ୍ରାଣୀ ଉଦ୍ୟାନରେ ନାଇଟ୍ ଆଉଟ୍ ନାମକ ଏକ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା କେବଳ ଛୋଟ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏକ ଶିକ୍ଷାଗତ କାର୍ଯ୍ୟକ୍ରମ । ଛୋଟ ପିଲାମାନେ ଅନୁମତି ପାଇବା ପରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ରାତ୍ରିଚର ଜୀବଙ୍କ ସମ୍ପର୍କରେ ଜ୍ଞାନ ଆହରଣ କରିପାରିବେ ।

Advertisment

ପ୍ରାଣୀ ଉଦ୍ୟନର ଶାନ୍ତିକୁ ପ୍ରଭାବିତ ନକରି କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ଅଧିକ ସଂଖ୍ୟକ ଦର୍ଶକଙ୍କୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଉଦ୍ୟାନ କର୍ତ୍ତୃପକ୍ଷ କହିଛନ୍ତି । ଏହି କାର୍ଯ୍ୟକ୍ରମ ସମୟରେ ଭିଡିଓଗ୍ରାଫି ତଥା ଫଟୋଗ୍ରାଫି ଉପରେ କଟକଣା ରହିବ ।