ଜମ୍ମୁ-କାଶ୍ମୀରରେ ନାଇଟ୍ କର୍ଫ୍ୟୁ । କରୋନା ସଂକ୍ରମଣ ରୋକିବାକୁ ପଦକ୍ଷେପ

91

କନକ ବ୍ୟୁରୋ: ଆଜିଠୁ ଜମ୍ମୁ-କାଶ୍ମୀରରେ ଲାଗୁ ହେବ ରାତ୍ରି କର୍ଫ୍ୟୁ । ଏଠାରେ କରୋନାର ସଂକ୍ରମଣ ସାମାନ୍ୟ ବଢିଥିବାବେଳେ ଏହାକୁ ରୋକିବାକୁ ପ୍ରଶାସନ ନେଇଛନ୍ତି କଫ୍ରୁ୍ର୍ୟର ପଦକ୍ଷେପ ନିଆଯାଇଛି । ଫଳରେ ରାତି ୧୦ଟାରୁ ସକାଳ ଯାଏଁ ରାଜ୍ୟରେ କର୍ଫ୍ୟୁ ବଳବତ୍ତର ରହିବ । ଏନେଇ ସ୍ଥାନୀୟ ପୋଲିସ ପ୍ୟାଟ୍ରୋଲିଂ ସମୟରେ ଘୋଷଣା କରିଛି ।

ବିଶେଷ କରି ଜାମ୍ମୁ, ଉଧମପୁର, କାଠୁଆ, ଶ୍ରୀନଗର, ବାରାମୁଲା, ବଡଗାମ, ଅନନ୍ତନାଗ ଏବଂ କୁପୱାଡା, ଆଦି ଜିଲ୍ଲା ମାନଙ୍କରେ କର୍ଫ୍ୟୁ କଡକଡି କରାଯାଇଛି । ଏହା ପୂର୍ବରୁ ମଧ୍ୟ ଏପ୍ରିଲ ମାସରେ ଓ ସେପ୍ଟେମ୍ବର ମାସରେ ଏପରି ନାଇଟ କର୍ଫ୍ୟୁ ଜାରି ହୋଇଥିଲା । ଅନ୍ୟପଟେ ଏପରି ସ୍ଥିତିରେ ବି ଚୁପ୍ ବସିନାହିଁଁ ସେନା । ରାଜ୍ୟରେ ଆତଙ୍କବାଦୀ ସକ୍ରିୟ ଥିବା ନେଇ ଆଲର୍ଟ କରାଯିବା ପରେ ସେନା ଆତଙ୍କବାଦୀଙ୍କ ଏକ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କୁ ନିପାତ କରିବାକୁ ଅହରହ ସର୍ଚ୍ଚ ଅପରେସନ୍ ଜାରି ରଖିଛି ।