କନକ ବ୍ୟୁରୋ: ଅକ୍ଟୋବର ମାସ ପାଇଁ ନୂଆ ଗାଇଡଲାଇନ୍ ଆଣିଛନ୍ତି ରାଜ୍ୟ ସରକାର । ସଂକ୍ରମଣକୁ ଆଖି ଆଗରେ ରଖି ଗୁରୁବାର ଏସଆରସି ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ନୂଆ ଗାଇଡଲାଇନ୍ ବାବଦରେ ସୂଚନା ଦେଇଛନ୍ତି । ଆଗକୁ ପାର୍ବଣ ଋତୁ ଥିବାରୁ ଏଥିପ୍ରତି ସତର୍କ ରହିବା ସହିତ କଡାକଡି କୋଭିଡ୍ ନିୟମ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅକ୍ଟୋବର ମାସର ଗାଇଡଲାଇନରେ ପୂର୍ବଭଳି ରାଜ୍ୟର ସମସ୍ତ ପୌରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଜାରି ରହିବ ବୋଲି ଏସଆରସି ସୂଚନା ଦେଇଛନ୍ତି ।
ଅକ୍ଟୋବର ମାସର ଗାଇଡଲାଇନ୍ ନେଇ ଏସଆରସିଙ୍କ ପ୍ରେସମିଟ୍
ପୂଜା ପାର୍ବଣ ସମୟରେ ହେବନି ବଡ ଧରଣର ସମାବେଶ
ରାଜ୍ୟରେ କଡାକଡି ପାଳନ ହେବ କୋଭିଡ୍ ନିୟମ
ଅକ୍ଟୋବର ୧ରୁ ନଭେମ୍ବର ୧ ସକାଳ ୫ଟା ଯାଏଁ ନୂଆ ଗାଇଡଲାଇନ୍ ବଳବତ୍ତର
ପୌରାଞ୍ଚଳରେ ଜାରି ରହିବ ରାତ୍ରୀକାଳୀନ କର୍ଫ୍ୟୁ#Unlock#Odisha#OctoberGuideline#KanakNewspic.twitter.com/gGdY98cVpd— Kanak News (@kanak_news) September 30, 2021
ତାଙ୍କ କହିବା ମୁତାବକ, ଆମ ରାଜ୍ୟରେ ସଂକ୍ରମଣ କମିଛି । ହେଲେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏହି ସମୟରେ ସତର୍କ ରହିବା ନିହାତି ଆବଶ୍ୟକ । ତେଣୁ ଅକ୍ଟୋବର ମାସର ଗାଇଡଲାଇନରେ ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁକୁ ପୂର୍ବଭଳି ବଳବତ୍ତର ରଖିଛନ୍ତି । ଅକ୍ଟୋବର ମାସରେ ରାଜ୍ୟର ସମସ୍ତ ପୌରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ ।
ଦୂର୍ଗାପୂଜା ସମୟରେ ଭୁବନେଶ୍ୱର ଓ କଟକରେ ରାତି ୮ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ
ଅକ୍ଟୋବର ୧୧ରୁ ୨୦ ତାରିଖ ପର୍ଯ୍ୟନ୍ତ ଟୁଇନ ସିଟିରେ ରାତି ୮ଟାରୁ ନାଇଟ୍ କର୍ଫ୍ୟୁ
୧୦ ଦିନ ପାଇଁ ସ୍ୱତନ୍ତ୍ର ନିୟମ ଜାରି କଲେ ରାଜ୍ୟ ସରକାର
ସେପ୍ଟେମ୍ବର ମାସର ଗାଇଡଲାଇନ୍ ଅକ୍ଟୋବର ମାସରେ ବଳବତ୍ତର ରହିବ#Unlock#Odisha#KanakNewspic.twitter.com/oV1Ox1OPno— Kanak News (@kanak_news) September 30, 2021
ତେବେ ଦୂର୍ଗାପୂଜା ପାଇଁ ସରକାର ଏହି ଗାଇଡଲାଇନରେ କିଛି ପରିବର୍ତ୍ତନ କରିଛନ୍ତି । ଅକ୍ଟୋବର ୧୧ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଟୁଇନସିଟିରେ ନାଇଟ୍ କର୍ଫ୍ୟୁ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏହି ୧୦ ଦିନ ଦୂର୍ଗାପୂଜା ଥିବାରୁ ଭୁବନେଶ୍ୱର ଓ କଟକରେ ରାତି ୮ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଏହି ନାଇଟ୍ କର୍ଫ୍ୟୁ ରାତି ୮ଟାରୁ ଆରମ୍ଭ ହୋଇ ସକାଳ ୫ଟା ଯାଏଁ ବଳବତ୍ତର ରହିବ । ଦୂର୍ଗାପୂଜାକୁ ଆଖି ଆଗରେ ରଖି ସରକାର ଏହି ନୂଆ ଗାଇଡଲାଇନ୍ ଧାର୍ଯ୍ୟ କରିଛନ୍ତି ବୋଲି ଏସଆରସି କହିଛନ୍ତି ।