କରୋନା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ମନ୍ତବ୍ୟ । ଓଡ଼ିଶାରେ ଆବଶ୍ୟକ ହେଲେ ଲାଗୁ ହେବ ନାଇଟ କର୍ଫ୍ୟୁ ।

356

କନକ ବ୍ୟୁରୋ : ରାଜ୍ୟରେ ଆଜି ୧୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୭ ଓ ୪୬ଜଣ ସ୍ଥାନୀୟ ସଂକ୍ରମଣ ପଜିଟିଭ ବାହାରିଛନ୍ତି । ଏହାରି ଭିତରେ ରାଜ୍ୟର କରୋନା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ମନ୍ତବ୍ୟ ରଖିଛନ୍ତି । ଓଡ଼ିଶାରେ ଆବଶ୍ୟକ ହେଲେ ନାଇଟ କର୍ଫ୍ୟୁ ଲାଗୁ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ।

କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଜାରି କରାଯାଇଥିବା କଟକଣାକୁ ନମାନିଲେ ସଂକ୍ରମଣ ବଢିବ ଏବଂ ଆବଶ୍ୟକ ହେଲେ ନାଇଟ କର୍ଫ୍ୟୁ ଲଗାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ସେପଟେ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ନାଇଟ କର୍ଫ୍ୟୁ ଭଳି କଟକଣା ଲାଗୁ କରିବାର ଆବଶ୍ୟକତା ନାହିଁ । ବରଂ ଅନ୍ୟାନ୍ୟ ସମାବେଶ ଗୁଡିକ ଉପରେ କଟକଣା ଲଗାହେଲେ ତାହା ଫଳପ୍ରଦ ହେବ ବୋଲି କହିଛନ୍ତି ।