ସାରା ରାଜ୍ୟରେ ଲାଗୁ ହେଲା ନାଇଟ କର୍ଫ୍ୟୁ । ଛକ ଛକରେ ଜଗିଛି ପୋଲିସ । ଟ୍ୱିନ ସିଟିରେ ୧୪୪ ଧାରା ଜାରି

96

କନକ ବ୍ୟୁରୋ : ସାରା ରାଜ୍ୟରେ ଲାଗୁ ହେଲା ନାଇଟ କର୍ଫ୍ୟୁ । ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ରହିବ । କର୍ଫ୍ୟୁ ସମୟରେ ଜରୁରୀ କାଳୀନ ସେବା ଜାରି ରହିବ । କଟକଣାକୁ କଡାକଡି କରିବା ପାଇଁ ଛକ ଛକରେ ପୋଲିସ ପହରା ଦେଉଛି । କଡା ଚେକିଂ ସହ ଲୋକମାନଙ୍କୁ ଛଡା ଯାଉଛି ।

ସେହିପରି ଜିରୋ ନାଇଟ ସେଲିବ୍ରେସନକୁ ଟ୍ୱିନ ସିଟି ପାଳନ କରିବାକୁ ମନା କରାଯାଇଛି । ନିୟମକୁ କଡାକଡି କରିବାକୁ ଟ୍ୱିନ ସିଟିରେ ୧୪୪ ଧାରା ଲାଗୁ ହୋଇଛି । ଏହାସହ କଡାକଡି ଚେକିଂ ମଧ୍ୟ ହେଉଛି । କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ ।

ଏହାସହ ରାତିତମାମ କଡାକଡି ଯାଞ୍ଚ ହେବ ବୋଲି କହିଛନ୍ତି ପୋଲିସ କମିଶନର । ଏହାସହ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି କହିଛନ୍ତି କମିଶନର ।