କନକ ବ୍ୟୁରୋ : ନବରଙ୍ଗପୁରରେ ରାଜନୈତକ ରାଲି ଓ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଏବେ ପିପିଲି ଉପରେ ସମସ୍ତଙ୍କ ନଜର ରହିଛି । ପିପିଲିରେ ଉପନିର୍ବାଚନ ହେବାକୁ ଥିବାବେଳେ ପୁରୀ ଜିଲ୍ଲା ପ୍ରଶାସନ ନବରଙ୍ଗପୁର ଜିଲ୍ଲା ପ୍ରଶାସନର ରାସ୍ତା ଆପଣାଇବ କି ? କାରଣ, ଗତ ୨୪ ଘଂଟା ଭିତରେ ଜଣେ ହେଲେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିବାବେଳେ ପୁରୀରେ ୨୪ ଘଂଟାରେ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏପଟେ ନବରଙ୍ଗପୁରରେ ବର୍ତମାନ ସୁଦ୍ଧା ୧୧ ଆକ୍ଟିଭ ମାମଲା ରହିଛି । ପୁରୀରେ କିନ୍ତୁ ଆକ୍ଟିଭ ମାମଲା ସଂଖ୍ୟା ହେଉଛି ୨୬ । ପିପିଲି ଉପନିର୍ବାଚନ ପାଇଁ ପୁରୀ ଜିଲ୍ଲାରେ ରାଜନୈତିକ ରାଲି ଓ ସମାବେଶ ବଢିବାର ସମ୍ଭାବନା ଥିବାରୁ କରୋନା ସଂକ୍ରମଣ ବି ବଢିପାରେ । ଏଠାରେ ପ୍ରଶ୍ନ , କରୋନାର ଦ୍ୱିତୀୟ ଲହର ଆଶଙ୍କା ଭିତରେ ପୁରୀ ପାଇଁ କ’ଣ ନୀତି ଆପଣାଉଛି ପ୍ରଶାସନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/9-27.jpg)