ନାଇଟ୍ କର୍ଫ୍ୟୁ: କେନ୍ଦ୍ର ହଟାଇଲା, ରାଜ୍ୟ ରଖିଲା । ଓଡିଶାରେ ହଟିଲାନି ନାଇଟ୍ କର୍ଫ୍ୟୁ । ରାତ୍ରୀ କାଳୀନ କଟକଣାକୁ ବଳବତ୍ତର ରଖିଲେ ରାଜ୍ୟ ସରକାର । ଜରୁରୀ ସେବାକୁ ବାଦ୍

1,113

କନକ ବ୍ୟୁରୋ: ଓଡିଶାରେ ଜାରି ରହିବ ନାଇଟ୍ କର୍ଫ୍ୟୁ । ରାତ୍ରୀ କାଳୀନ କଟକଣାକୁ ବଳବତ୍ତର ରଖିଲେ ରାଜ୍ୟ ସରକାର । ରାଜ୍ୟରେ ହଟିବନି ରାତ୍ରୀ କାଳୀନ କର୍ଫ୍ୟୁ । ରାତି ୯ରୁ ସକାଳ ୫ ଯାଏଁ ଜାରି ରହିବ ନାଇଟ୍ କର୍ଫ୍ୟୁ ।

ତେବେ ନାଇଟ୍ କର୍ଫ୍ୟୁ ସମୟରେ ଜରୁରୀ ସେବା ଜାରି ରହିବ । ଏହି ସମୟରେ ସବୁ ଚଳାଚଳା ବନ୍ଦ ରହିବ ମାତ୍ର ଜରୁରୀ ସେବାକୁ ବାଦ୍ ଦିଆଯିବ । ସମସ୍ତ ଗଣମାଧ୍ୟମ ଖୋଲା ରହିବ । ତେବେ ଅନଲକ ୩.୦ରେ ନାଇଟ୍ କର୍ଫ୍ୟୁକୁ କୋହଳ କରିଥିଲେ କେନ୍ଦ୍ର ସରକାର । ନାଇଟ୍ କର୍ଫ୍ୟୁକୁ ଏକଦମ ହଟାଇ ଦେଇଥିଲେ । ସାଧାରଣ ଯାଆସ ଉପରେ ଲାଗିିଥିବା କଟକଣା କୋହଳ କରିଥିଲେ । ମାତ୍ର୍ ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁକୁ ଟାଇଟ କରିଛନ୍ତି । ଆଗଭଳି ଏବହି କଟକଣାକୁ ବଳବତ୍ତର ରହିବ ।

ସେପଟେ ଅନଲକ ୩ରେ ଜୀବୀକା ପାଇଁ ସବୁ ସଂସ୍ଥାକୁ ଖୋଲା ରଖିଥିବା ବେଳେ କିଛି ଉପକେ କଟକଣା ଲଗାଇଛନ୍ତି । ମାସ୍କ ନପିନ୍ଧିଲେ ବଡ ଜରିମାନା । ମାସ୍କ ନପିନ୍ଧିଲେ ୧୦୦୦ ଟଙ୍କା ଜରିମାନ।। ସାଧାରଣ ସ୍ଥାନରେ ଛେପ ପକାଇଲେ ୧୦୦୦ ଜରିମାନା । ପ୍ରଥମ, ଦ୍ୱିତୀୟ ଭୁଲ ପାଇଁ ଜରିମାନା ୧୦୦୦ ଟଙ୍କା । ୩ୟ ଭୁଲ ପାଇଁ ୫୦୦୦ ଜରିମାନା । ସେମିତି ବିବାହ ନିୟମ ଭାଙ୍ଗିଲେ ୧୦ ହଜାର ଜରିମାନା । ବିବାହ ହେଉଥିବା ମଣ୍ଡପ ବି ସିଲ୍ ହେବ । ସାମାଜିକ ଦୂରତା ନମାନୁଥିବା ଦୋକାନୀ ବି ଗଣିବେ ୧୦ ହଜାର । ସପ୍ତାହେ ପାଇଁ ଉକ୍ତ ଦୋକାନ ସିଲ୍ କରାଯିବ ।