ମହାରାଷ୍ଟ୍ରରେ ଅଣାୟତ କରୋନା ସଂକ୍ରମଣ : ଆଜିଠୁ ଲାଗୁ ନାଇଟ୍ କର୍ଫ୍ୟୁ ; ରାତି ୮ରୁ ସକାଳ ୭ କଡା କଟକଣା

56

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଅଣାୟତ ହେଉଛି କରୋନା ସଂକ୍ରମଣ । ଦିନକୁ ଦିନ ସେଠାରେ ଦୈନିକ ସଂକ୍ରମଣ ହାର ବଢ଼ିବାର ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି କଠୋର କଟକଣା ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । ହେଲେ ରାଜ୍ୟବାସୀ ସଂପୂର୍ଣ୍ଣ ଲକଡାଉନ ହେବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି । ଗତକାଲି ଏନେଇ କ୍ୟାବିନେଟ ବୈଠକ ପରେ ଆଜି ଠାରୁ ମହାରାଷ୍ଟ୍ରରେ ନାଇଟ କର୍ଫ୍ୟୁ ଲାଗୁ ହେବା ନେଇ ନିଷ୍ପତି ହୋଇଛି । ଏହା ସହ ସପ୍ତାହାନ୍ତ ଲକ୍ଡାଉନ ମଧ୍ୟ କାର୍ଯ୍ୟକାରୀ ହେବ ।

ଶୁକ୍ରବାର ରାତି ୮ଟାରୁ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ ଲକଡାଉନ କଡ଼ାକଡ଼ି କାର୍ଯ୍ୟକାରୀ ହେବ । ସଂକ୍ରମଣକୁ ରୋକିବା ପାଇଁ କେତେକ କଠୋର ନିୟମ ଲାଗୁ କରାଯାଇଛି । ପ୍ରତ୍ୟେକ ଦିନ ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତର ରହିବ । ଲକ୍ଡାଉନ ସମୟରେ ଦିନ ଧାରା ୧୪୪ଲାଗୁ କରାଯିବ । ରାଜ୍ୟ ସାରା ମଲ୍, ରେଷ୍ଟୁରାଂଟ ଏବଂ ବାର ଆଦି ସଂପୂର୍ଣ୍ଣ ବନ୍ଦ ରହିବ । କିନ୍ତୁ ପାର୍ସଲ ଜାରି ରହିବ । ଅତ୍ୟାବଶ୍ୟକ ସେବା ଜାରି ରହିବ । ସରକାରୀ ଏବଂ ଘରୋଇ କାର୍ଯ୍ୟାଳୟରେ ୫୦ ପ୍ରତିଶତ କ୍ଷମତାରେ କାମ ହେବ ।