ଆସିଲା ସେପ୍ଟେମ୍ବର ଗାଇଡଲାଇନ । ବଦଳିଲା ନାଇଟକର୍ଫ୍ୟୁ ସମୟ, ଜାଣନ୍ତୁ ନାଇଟକର୍ଫ୍ୟୁ ସମୟରେ କେଉଁ ସେବାକୁ ମିଳିବ ଅନୁମତି?

328

କନକ ବ୍ୟୁରୋ : ଆସିଲା ସେପ୍ଟେମ୍ବର ମାସର ଗାଇଡଲାଇନ । ସେପ୍ଟେ୍ମ୍ବର ୧ରୁ ଅକ୍ଟୋବର ପହିଲା ପର୍ଯ୍ୟନ୍ତ ଜାରି ରହିବ ଏହି କଟକଣା । ସେପ୍ଟେ୍ମ୍ବର ଗାଇଡଲାଇନରେ ନାଇଟ କର୍ଫ୍ୟୁର ସମୟସୀମାରେ ପରିବର୍ତ୍ତନ କରାଯାଇଛି । ଏଣିକି ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟକର୍ଫ୍ୟୁ ଜାରି ରହିବ । କେବଳ ପୌରାଞ୍ଚଳରେ ନାଇଟକର୍ଫ୍ୟୁ ରହିବ ବୋଲି ସ୍ପଷ୍ଟ କରିଛନ୍ତି ସରକାର ।
ତେବେ ନାଇଟକର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବା ପୂର୍ବଭଳି ଜାରି ରହିବ । ଓଲା ଓ ଉବେର ମଧ୍ୟ ଚାଲିପାରିବ । ଏପରିକି ଟ୍ରେନ ଓ ବସରେ କେଉଁଆଡେ ଯାଉଥିଲେ ଟ୍ରେନ୍ ଟିକେଟ ଦେଖାଇ ଯାଇପାରିବେ । ହୋମ ଡେଲିଭରୀ ହୋଇପାରିବ କିନ୍ତୁ ସାଧାରଣ ଚଳପ୍ରଚଳ ଉପରେ କଟକଣା ପୂର୍ବଭଳି ରହିବ । ଏହି ନୂଆ ଗାଇଡଲାଇନରେ ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ ବୋଲି କୁହାଯାଇଛି ।