ପୁଣି ଫେରିଲା କର୍ଫ୍ୟୁ । ମହାରାଷ୍ଟ୍ର ପରେ ପୁଣି କର୍ଣ୍ଣାଟକ ସରକାର ଜାରିକଲେ ରାତ୍ରକାଳୀନ କର୍ଫ୍ୟୁ । ଅନ୍ୟ କିଛି ରାଜ୍ୟ କର୍ଫ୍ୟୁ ଜାରି କରିବାକୁ ସଜ ବାଜ ।

197

କନକ ବ୍ୟୁରୋ : ଦେଶର କେତକ ରାଜ୍ୟରେ ପୁଣି କରୋନାର ଲହର ଦେଖିବାକୁ ମିଳିଛି । ଦିଲ୍ଲୀ ପରେ ମହାରାଷ୍ଟ୍ର, କେରଳ ଓ କର୍ନାଟକରେ କରୋନା ପୁଣି କାୟା ବିସ୍ତାର କରିବାକୁ ଲାଗିଲାଣି । କରୋନାକୁ ନେଇ ଲୋକଙ୍କ ମନରେ ପୂୁଣି ଭୟ ସଂଚାର ହୋଇଥିବା ବେଳେ ସରକାର ଏହାକୁ ଦମନ କରିବାକୁ ପୂର୍ବ ପ୍ରକ୍ରିୟା ଆପଣାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର କିଛିଦିନ ହେବ ରାତ୍ରକାଳୀନ କଫ୍ୟୁ ଜାରି କରିଛନ୍ତି । ଏବେ ମହାରାଷ୍ଟ୍ର ପରେ ପୁଣି କର୍ଣ୍ଣାଟକ ର ୟେଦୁରୂପ୍ପା ସରକାର କଫ୍ୟୁ ଜାରି କରିବା ନେଇ ସୂଚନା ମିଳିଛି। କର୍ନାଟକରେ ରାତି ୧୦ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ଏହି କଫ୍ୟୁ ଲାଗୁ କରାଯିବ । ଏହା ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କର୍ନାଟକ ସରକାର ସୂଚନା ଦେଇଛନ୍ତି । ଅନ୍ୟପଟେ ବ୍ରିଟେନର ନୂଆ ପ୍ରକାର କରୋନା ସଂକ୍ରମଣ ଆରମ୍ଭ ହୋଇଥିବାରୁ ଏହାକୁ ନଜରରେ ରଖି ଆମଦେଶର ବିଭିନ୍ନ ରାଜ୍ୟ ସରକାର ମାନେ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ଲାଗିଲେଣି । ବ୍ରିଟେନ, ଡେନମାର୍କ ଓ ନେଦରଲାଣ୍ଡରୁ ରାଜ୍ୟକୁ ଫେରିଥିବା ଲୋକଙ୍କୁ ଏବେ ଚିହ୍ନଟ କରାଯାଉଛି । ସେମାନଙ୍କର କରୋନା ପରୀକ୍ଷା ହେବା ପୂର୍ବରୁ ସେମାନଙ୍କୁ ୧୪ ଦିନ କ୍ୱାରେଣ୍ଟିନରେ ରହିବାକୁ ବାଧ୍ୟ କରାଯାଉଛି ।

ଦେଶରେ କିଛି ସପ୍ତାହ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ଏହାକୁ ନେଇ ଦେଶବାସୀ ଆସ୍ୱସ୍ଥି ପ୍ରକାଶ କରୁଥିଲେ । କିନ୍ତୁ ହଠାତ୍ ବ୍ରିଟେନରେ କରୋନାର ନୂଆ ପ୍ରକାର ଦେଖା ଦେବା ପରେ ପୁଣି କରୋନାକୁ ନେଇ ବିଶ୍ୱବାସୀ ଆତଙ୍କିତ ହୋଇଛନ୍ତି । ବ୍ରିଟେନ ତା’ର ସମସ୍ତ ବିମାନ ଚଳା ଚଳ ବନ୍ଦ କରିଛି । ଏହା ସହ ବ୍ରିଟେନରୁ ଭାରତ ଫେରିଥିବା ୭ ଶହ ଲୋକଙ୍କୁ ଟ୍ରେସ କରୁଛି ଭାରତ ସରକାର । ସେମାନଙ୍କ ମଧ୍ୟରୁ ଟ୍ରେସ ହୋଇଥିବା ୬ ଜଣ କରୋନା ସଂକ୍ରମିତ ଥିବା ବି ଚିହ୍ନଟ ହୋଇ ସାରିଲେଣି । ଏହାକୁ ନେଇ ଏବେ ପୁଣି ଦେଶରେ ଲକ୍ ଡାଉନ ଓ ସଟଡାଉନ ହୋଇପାରେ ବୋଲି ଆଶଂକା ପ୍ରକାଶ ପାଇଛି ।