ନବରଙ୍ଗପୁର ଜିଲ୍ଲାରୁ ହଟିଲା ନାଇଟ୍ କର୍ଫ୍ୟୁ । ଦୈନିକ କରୋନା ସଂକ୍ରମଣ ହାର କମିବା ପରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । 

59

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାରୁ ହଟିଲା ନାଇଟ କର୍ଫ୍ୟୁ । ଜିଲ୍ଲାରେ ଦୈନିକ କରୋନା ସଂକ୍ରମଣ ହାର ପୂର୍ବ ଅପେକ୍ଷା କମିବାରେ ଲାଗିଛି । ଜିଲ୍ଲାରେ କରୋନା ମିଟର ତଳ ମୁହାଁ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନାଇଟ କର୍ଫ୍ୟୁ ହଟାଇ ଦେଇଛନ୍ତି । ନବରଙ୍ଗପୁର ଜିଲ୍ଲାରେ କରୋନା ସଂକ୍ରମଣ ବଢିବା ପରେ ଗତ ୨୫ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହୋଇଥିଲା । ନବରଙ୍ଗପୁର ଜିଲ୍ଲାରେ ଏବେ ମାତ୍ର ୬ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଜିଲ୍ଲାରେ ମୋଟ ୫ ହଜାର ୮୫୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ହଜାର ୮୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଜିଲ୍ଲାର ୧୪ ସଂକ୍ରମିତଙ୍କ ମୁଣ୍ଡ ନେଇଛି ମହାମାରୀ ଭୂତାଣ କରୋନା ।