କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାରୁ ହଟିଲା ନାଇଟ କର୍ଫ୍ୟୁ । ଜିଲ୍ଲାରେ ଦୈନିକ କରୋନା ସଂକ୍ରମଣ ହାର ପୂର୍ବ ଅପେକ୍ଷା କମିବାରେ ଲାଗିଛି । ଜିଲ୍ଲାରେ କରୋନା ମିଟର ତଳ ମୁହାଁ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନାଇଟ କର୍ଫ୍ୟୁ ହଟାଇ ଦେଇଛନ୍ତି । ନବରଙ୍ଗପୁର ଜିଲ୍ଲାରେ କରୋନା ସଂକ୍ରମଣ ବଢିବା ପରେ ଗତ ୨୫ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହୋଇଥିଲା । ନବରଙ୍ଗପୁର ଜିଲ୍ଲାରେ ଏବେ ମାତ୍ର ୬ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଜିଲ୍ଲାରେ ମୋଟ ୫ ହଜାର ୮୫୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ହଜାର ୮୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଜିଲ୍ଲାର ୧୪ ସଂକ୍ରମିତଙ୍କ ମୁଣ୍ଡ ନେଇଛି ମହାମାରୀ ଭୂତାଣ କରୋନା ।
ନବରଙ୍ଗପୁର ଜିଲ୍ଲାରୁ ହଟିଲା ନାଇଟ୍ କର୍ଫ୍ୟୁ । ଦୈନିକ କରୋନା ସଂକ୍ରମଣ ହାର କମିବା ପରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ।
/kanak/media/post_attachments/wp-content/uploads/2021/03/4-40.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)