କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାବେଳେ ରାଜ୍ୟକୁ ପୁଣି ଫେରିଛି ନାଇଟ୍ କର୍ଫ୍ୟୁ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରେସମିଟ୍ କରି ଆଜି ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି । କରୋନା ସଂକ୍ରମଣ ବଢୁଥିବାବେଳେ ଅନ୍ୟ ରାଜ୍ୟମାନଙ୍କରେ ସ୍ଥିତି ଗୁରୁତର ହେଲାଣି ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ନିମ୍ନଲିଖିତ କଟକଣା ଲାଗୁ କରିଛନ୍ତି ।
- ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ବଦଳିଲା ନାଇଟ୍ କର୍ଫ୍ୟୁ
- ୧୦ ଜିଲ୍ଲାର ସହରାଂଚଳ ପାଇଁ ବଦଳିଲା ନିୟମ
- ସନ୍ଧ୍ୟା ୬ରୁ ସକାଳ ୫ଟା ଯାଏଁ ରହିବ ନାଇଟ୍ କର୍ଫ୍ୟୁ
- ଗ୍ରାମାଂଚଳ ପାଇଁ ପୂର୍ବ ନିୟମ ବଳବତ୍ତର ରହିବ
- ରାତି ୧୦ରୁ ସକାଳ ୬ ଯାଏଁ ଗ୍ରାମାଂଚଳରେ ନାଇଟ୍ କର୍ଫ୍ୟୁ
- ଆସନ୍ତାକାଲିଠୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ନିୟମ ଲାଗୁ
- ବାକି ୨୦ ଜିଲ୍ଲାରେ ରାତି ୯ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ
- ୧୯ ତାରିଖରୁ ଆନ୍ତଃରାଜ୍ୟ ବସ ସେବା ବନ୍ଦ
- ବିବାହ ଓ ଅନ୍ତିମ ସଂସ୍କାର ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର
- ବିବାହ ଉତ୍ସବରେ କେବଳ ୫୦ ଜଣଙ୍କୁ ଯୋଗ ଦେବାକୁ ଅନୁମତି
- ଅନ୍ତିମ ସଂସ୍କାରରେ ଯୋଗ ଦେଇପାରିବେ ସର୍ବାଧିକ ୨୦ ଜଣ
- ବିବାହ ପ୍ରୋସେସନକୁ ଦିଆଯିବନି ଅନୁମତି