ନୂଆବର୍ଷ ପାଇଁ ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ । ଆଜି ଓ ଆସନ୍ତକାଲି ରାତି ୧୧ଟାରୁ ସକାଳ ୬ଟା ଯାଏଁ କଟକଣା । ୫ରୁ ଅଧିକ ଲୋକ ଏକାଠି ହୋଇପାରିବେନି ରୁଣ୍ଡ, ୧୧ଟା ପରେ ଉତ୍ସବ ପାଳନ ମନା

87

କନକ ବ୍ୟୁରୋ : ଜିରୋ ନାଇଟ୍ ସେଲିବ୍ରେସନ ଓ ନୂଆ ବର୍ଷ ପାଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଟକଣା ଜାରି ହୋଇଛି । ଆଜି ଓ ଆସନ୍ତାକାଲି ଦିଲ୍ଲୀ ପାଇଁ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି । ରାତି ୧୧ଟାରୁ ସକାଳ ୬ଟା ଯାଏଁ ଏହି କଟକଣା ବଳବର୍ତର ରହିବ ।

ରାତି ୧୧ଟା ପରେ ନୂଆ ବର୍ଷ ପାଳନ ଏବଂ କୌଣସି ପ୍ରକାର ଜନଗହଳି ଉପରେ କଟକଣା ଲଗାଇଛନ୍ତି ଦିଲ୍ଲୀ ସରକାର । ସର୍ବସାଧାରଣ ସ୍ଥାନରେ ଲୋକମାନେ ଗହଳି ନକରିବାକୁ କୁହାଯାଇଛି । ୫ରୁ ଅଧିକ ଲୋକ ଏକାଠି ରୁଣ୍ଡ ହୋଇପାରିବେ ନାହିଁ ।

ଏନେଇ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ବିଧିବଧ ଭାବେ ନୋଟିସ କରାଯାଇଛି । ସେହିପରି ମୁମ୍ବାଇରେ ମଧ୍ୟ ସମାନ ଢ଼ଙ୍ଗରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ନାଇଟ କର୍ଫ୍ୟୁକୁ ଦୃଷ୍ଟିରେ ରଖି ପୁଲିସ ପହଁରାକୁ କଡ଼ାକଡ଼ି କରାଯାଇଛି ।