କନକ ବ୍ୟୁରୋ: ମାଲକାନଗିରି ପରେ ନବରଙ୍ଗପୁର ଜିଲ୍ଲାରେ ଜାରି ହେଲା ନାଇଟ୍ କର୍ଫ୍ୟୁ । ଆସନ୍ତାକାଲିଠୁ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ । ରାତି ୮ଟାରୁ ଏହି ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇ ସକାଳ ୬ଟା ଯାଏଁ ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ନବରଙ୍ଗପୁର ଜିଲ୍ଲାରେ ଆସନ୍ତାକାଲିଠୁ ନାଇଟ୍ କର୍ଫ୍ୟୁ । ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ । ମାଲକାନଗିରି ପରେ ନବରଙ୍ଗପୁରରେ ଲାଗିଲା କଟକଣା । @DMnabarangpur#NightCurfew#Odishapic.twitter.com/AEz2fYpVTX
— Kanak News (@kanak_news) March 24, 2021
ଏଥିସହିତ ଗୋଟିଏ ସ୍ଥାନରେ ୫ ଜଣଙ୍କଠୁ ଅଧିକ ଲୋକଙ୍କୁ ଏକାଠି ହେବା ଉପରେ ମଧ୍ୟ କଟକଣା ଲଗାଯାଇଛି । ଜରୁରୀ କାମ ନଥଲେ ଲୋକଙ୍କୁ ରାସ୍ତାକୁ ନବାହାରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସେମିନାର, କର୍ମଶାଳା ଓ କନଫରେନସ୍ କୁ ବାତିଲ କରିବା ପାଇଁ ନିର୍ଦ୍ଦେଶ ନାମା ଜାରି ହୋଇଛି। ଧାର୍ମିକ ସମାବେଶ, ବିବାହ ପ୍ରସେସନ, ଭୋଜିଭାତକୁ ଅନୁମତି ଦିଆଯାଇପାରିବ ନାହିଁ। ବିବାହ ବରଯାତ୍ରୀ, ଓପେରା ସୋ ଏବଂ ତତ୍ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିବ ନାହିଁ ଏବଂ ରାଜନୈତିକ ରାଲି , ବିକ୍ଷୋଭ ଧାରଣା ଭଳି କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଏହାବାଦ ସମସ୍ତ ହୋଟେଲରେ କୋଭିଡ୍ ନିୟମର ପାଳନ ସହିତ ସାଇନଟାଇଜର ଓ ମାସ୍କ ବ୍ୟବହାର କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ସୋମବାର ମାଲକାନଗିରି ଜିଲ୍ଲାରେ ମଧ୍ୟ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ହୋଲି, ବଡ ଯାତ୍ରାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/2029651-1256091792.jpg)