କାଲିଠୁ ମାଲକାନଗିରିରେ ନାଇଟ କର୍ଫ୍ୟୁ । ମାର୍ଚ୍ଚ ୨୩ରୁ ୩୧ ଯାଏଁ ଲାଗୁ ହେଲା କଟକଣା ।

159

କନକ ବ୍ୟୁରୋ: କାଲିଠୁ ମାଲକାନଗିରିରେ ଲାଗୁ ହେବ ନାଇଟ କର୍ଫ୍ୟୁ । ମାର୍ଚ୍ଚ ୨୩ରୁ ୩୧ ଯାଏଁ ମାଲକାନଗିରିରେ ନାଇଟ କର୍ଫ୍ୟୁ ଲାଗୁ ପାଇଁ ଘୋଷଣା । ରାତି ୯ରୁ ସକାଳ ୬ ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ବଡ ଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନର ପକ୍ଷରୁ ନିଆଗଲା ପଦକ୍ଷେପ । ବଡ ଯାତ୍ରାରେ ସର୍ବାଧିକ ୨୦୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି ।

ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ପାଳନ କରିବା ବାଧ୍ୟତା ମୂଳକ ରହିଛି । ଯାତ୍ରା, ରାମଲୀଳା, ଦାଶିଆ ନାଚ ପରିବେଷଣ, ମୀନାବଜାର, ଫୁଡ ଷ୍ଟଲ, ପୋଷାକ ଆଦି ବିକ୍ରି ପାଇଁ ଅସ୍ଥାୟୀ ଷ୍ଟଲକୁ ମନା କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚିନ୍ତାରେ ଥିବା ବେଳେ ମାଲକାନଗିରିରେ ଆଗୁଆ ପଦକ୍ଷେପ ନିଆଯାଇଛି ।