କରୋନାର ନୂଆ ଷ୍ଟ୍ରେନ ପାଇଁ ହାଇଆଲର୍ଟରେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ରରେ ଆସନ୍ତାକାଲିଠୁ ରାତ୍ରି କର୍ଫ୍ୟୁ

299

କନକ ବ୍ୟୁରୋ : କରୋନା ଭାଇରସର ନୂଆ ଷ୍ଟ୍ରେନ ପାଇଁ ହାଇ ଆଲର୍ଟରେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ରର ସହରାଞ୍ଚଳରେ ଆସନ୍ତାକାଲିଠାରୁ ରାତ୍ରି କର୍ଫ୍ୟୁ ଲାଗୁ ହେବ । ମହାରାଷ୍ଟ୍ରରେ କାଲିଠାରୁ ରାତି ୧୧ଟାରୁ ସକାଳ ୬ଟା ଯାଏଁ କଟକଣା ଲାଗୁ ହେବ । ଏହି କଟକଣା ଜାନୁଆରୀ ୫ ତାରିଖ ଯାଏଁ ବଳବତ୍ତର ରହିବ ।

କରୋନା ଭୂତାଣୁର ନୂଆ ଷ୍ଟ୍ରେନ ନେଇ ଭାରତ ସରକାର ମଧ୍ୟ ଆଜି ବଡ ପଦକ୍ଷେପ ନେଇଛନ୍ତି । ବ୍ରିଟେନରୁ ସମସ୍ତ ବିମାନକୁ ବାତିଲ କରିଛି ଭାରତ । ଆଜି ରାତି ୧୨ଟାରୁ ଏହି କଟକଣା ଲାଗୁ ହେବ । ଏହାପୂର୍ବରୁ ଆସୁଥିବା ବିମାନର ସମସ୍ତ ପାସେଞ୍ଜରଙ୍କ ଆରଟି-ପିସିଆର ଟେଷ୍ଟ କରାଯାଉଛି ।

ତେବେ କରୋନାର ନୂଆ ଷ୍ଟ୍ରେନକୁ ନେଇ ଏବେ ଚିନ୍ତାରେ ସାରା ବିଶ୍ୱ । ତେବେ ବ୍ରିଟେନରେ ମଧ୍ୟ ଗତକାଲିଠାରୁ ଲଡକାଉନ କଡାକଡି କରାଯାଇଛି । ଏହାପୂର୍ବରୁ ମଧ୍ୟ ନେଦରଲାଣ୍ଡ, ବେଲଜିୟମ ଓ ଜର୍ମାନୀ ବ୍ରିଟେନ ଓ ଆଫ୍ରିକାରୁ ଆସୁଥିବା ସମସ୍ତ ବିମାନ ଉପରେ କଟକଣା ଲଗାଇଛନ୍ତି ।