୨୮ ତାରିଖରୁ ସମଗ୍ର ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ । ରାତି ୮ଟାରୁ ସକାଳ ୭ଟା ଯାଏଁ ଲାଗିବ କଟକଣା । ସଂକ୍ରମଣ ବଢୁଥିବା ଦେଖି ନିଷ୍ପତ୍ତି ନେଲେ ମହାରାଷ୍ଟ୍ର ସରକାର ।

135

କନକ ବ୍ୟୁରୋ: ମହାରାଷ୍ଟ୍ରକୁ ପୁଣି ଫେରିଲା ନାଇଟ୍ କର୍ଫ୍ୟୁ । ସଂକ୍ରମଣ ବଢୁଥିବା ଦେଖି ଆସନ୍ତା ୨୮ ତାରିଖରୁ ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୮ ତାରିଖରୁ ମହାରାଷ୍ଟ୍ରରେ ରାତି ୮ଟାରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ଗତ କିଛି ଦିନ ହେଲା ମହାରାଷ୍ଟ୍ରରେ ସଂକ୍ରମଣ ସୀମା ଡେଇଁଥିଲା । ସାରା ଦେଶରୁ ଯେତିକି ସଂକ୍ରମିତ ଚିହ୍ନଟ ହେଉଥିଲେ ସେ ଭିତରୁ ଅଧାରୁ ଅଧିକ ମହାରାଷ୍ଟ୍ରରୁ ଥିଲେ । ତେଣୁ ସଂକ୍ରମଣ ବୃଦ୍ଧି ପାଉଥିବା ହେତୁ ମହାରାଷ୍ଟ୍ର ସରକାର ସେଠାରେ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି କେବଳ ମହାରାଷ୍ଟ୍ରରୁ ୩୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ଭିତରୁ ମୁମ୍ବାରୁ ୫୫୦୦ ନୂଆ ଆକ୍ରାନ୍ତ ହୋଇଥିବାବେଳେ ସେଠାରେ ଆଜି ୪୭ ଜଣ କୋଭିଡ୍ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ତେବେ ଏହାପୂର୍ବରୁ ମଧ୍ୟ ମହାରାଷ୍ଟ୍ରର କିଛି ସହର ଓ ଅଂଚଳରେ ନାଇଟ୍ କର୍ଫ୍ୟୁ ଓ ଲକଡାଉନ୍ ମଧ୍ୟ ଲାଗୁ ହୋଇସାରିଛି ।