ଗୁଜୁରାଟର ୪ ସହରରେ ଜାରି ହେଲା ନାଇଟ୍ କର୍ଫ୍ୟୁ । ରାତି ୧୦ଟାରୁ ସକାଳ ୬ଟା ଯାଏଁ ଲାଗିଲା କଟକଣା ।

Advertisment
ଭୟ ବଢ଼ାଉଛି ଓମିକ୍ରନ । କାଲିଠୁ ଦିଲ୍ଲୀରେ ଲାଗୁ ହେବ ନାଇଟ କର୍ଫ୍ୟୁ କଟକଣା ।

କନକ ବ୍ୟୁରୋ : କରୋନା ସଂକ୍ରମଣ ଗୁଜୁରାଟରେ ଉଦବେଗଜନକ ଭାବେ ବଢିଥିବା ବେଳେ ରାଜ୍ୟର ୪ଟି ସହରରେ ନାଇଟ କର୍ଫ୍ୟୁ ଜାରି କରିଛି ପ୍ରଶାସନ । ଗୁଜରାଟର ସୁରଟ, ରାଜକୋଟ, ଅହମ୍ମଦାବାଦ, ବଡୋଦରାରେ ମହାନଗର ନିଗମ ନାଇଟ କର୍ଫ୍ୟୁ ଜାରି କରିଛି । ମାର୍ଚ୍ଚ ୧୭ ତାରିଖରୁ ୩୧ ତାରିଖ ଯାଏଁ ଏହି ୪ଟି ସହରରେ ରାତି ୧୦ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ବଳବତର ରହିବ ।

ତେବେ ଗୁଜୁରାଟ ଦେଶରେ ସେହି ରାଜ୍ୟ ତାଲିକାରେ ସାମିଲ ଅଛି, ଯେଉଁଠି ଦୈନିକ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢୁଛି । ଦେଶର ଟପ ୧୦ ସଂକ୍ରମିତ ରାଜ୍ୟ ତାଲିକାରେ ଗୁଜୁରାଟ ଚତୁର୍ଥ ସ୍ଥାନରେ ରହିଛି । ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ ନାଇଟ କର୍ଫ୍ୟୁ ଭଳି କଟକଣା ଜାରି କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe