କୋଭିଡ କଟକଣାକୁ ଦେଖି ରାଜସ୍ଥାନରେ କଟକଣା ଲାଗୁ । ରାଜ୍ୟର ସବୁ ସହରରେ ସନ୍ଧ୍ୟା ୬ରୁ ସକାଳ ୬ଟା ଯାଏଁ ଜାରିହେବ କର୍ଫ୍ୟୁ ।

119

କନକ ବ୍ୟୁରୋ: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜସ୍ଥାନରେ କଡା କଟକଣା ଜାରି କରାଯାଇଛି । ରାଜ୍ୟର ସବୁ ସହରରେ ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ପ୍ୟୁ ଜାରି କରଛନ୍ତି ରାଜସ୍ଥାନ ସରକାର । ଏପ୍ରିଲ ୧୬ରୁ ଏପ୍ରିଲ ୩୦ ଯାଏଁ ଏହି ନିୟମ ଲାଗୁ ରହିବ । ସେହିଭଳି ସନ୍ଧ୍ୟା ୫ଟା ସୁଦ୍ଧା ରାଜସ୍ଥାନରେ ସମସ୍ତ ମାର୍କେଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଫିସ ବି ଅପରାହ୍ନ ୪ଟା ସୁଦ୍ଧା ବନ୍ଦ ରହିବ ।
ସେହିଭଳି ବିବାହ ଭୋଜିରେ ନିମନ୍ତ୍ରିତ ଅତିଥିଙ୍କ ସଂଖ୍ୟା ଶହେ ବଦଳରେ ୫୦ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜସ୍ଥାନ ସରକାର । ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଂଟରକୁ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହା ବଦଳରେ ଭର୍ଚୁଆଲ କୋଚିଂକୁ ପ୍ରୋତ୍ସାହନ ଦେବା ପାଇଁ କୁହାଯାଇଛି । ରାଜସ୍ଥାନରେ ଦୈନିକ ସଂକ୍ରମଣ ବଢିବା ପରେ ଏହି ପଦକ୍ଷେପ ନିଆଯାଇଛି । ରାଜ୍ୟରେ ଜୟପୁର ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ।