ଆସନ୍ତାକାଲି ଠାରୁ ପୁଣେରେ ନାଇଟକର୍ଫ୍ୟୁ । ୭ ଦିନ ପର୍ଯ୍ୟନ୍ତ ରହିବ ନାଇଟକର୍ଫ୍ୟୁ, ସନ୍ଧ୍ୟା ୬ରୁ ସକାଳ ୬ ଯାଏଁ ରହିବ କଟକଣା ।

128

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ପୁଣେରେ ଲାଗୁ ହେବ ୧୨ ଘଣ୍ଟିଆ ନାଇଟକର୍ଫ୍ୟୁ । ଆସନ୍ତାକାଲି ଠାରୁ ୭ ଦିନ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ କଟକଣା ରହିବ । ସନ୍ଧ୍ୟା ୬ରୁ ସକାଳ ୬ ପର୍ଯ୍ୟନ୍ତ ନାଇଟକର୍ଫ୍ୟୁ କଟକଣା ରହିବ । ଏହି ସମୟରେ ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଲଗାଯାଇଛି । 

ନାଇଟକର୍ଫ୍ୟୁ ସମୟରେ ବନ୍ଦ ରହିବ ବାର୍, ହୋଟେଲ ଓ ରେଷ୍ଟୁରାଣ୍ଟ । ତେବେ ହୋମ ଡେଲିଭରିକୁ ଅନୁମତି ଦିଆଯାଇଛି । ସେହିଭଳି ବିବାହ ଓ ଅନ୍ତିମ ସଂସ୍କାରକୁ ଛାଡିଦେଲେ ସବୁ ସମାବେଶ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ବିବାହରେ ସର୍ବାଧିକ ୫୦ ଓ ଅନ୍ତିମ ସଂସ୍କାରରେ ସର୍ବାଧିକ ୨୦ ଜଣଙ୍କୁ ସାମିଲ ହେବାକୁ ଅନୁମତି ମିଳିଛି । ଏହି ସମୟରେ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ ବୋଲି କୁହାଯାଇଛି । ୭ ଦିନ ପରେ ସ୍ଥିତିର ସମୀକ୍ଷା ପରେ ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି କହିଛନ୍ତି ପୁଣେ ଡିଭିଜନାଲ କମିଶନର ସୌରଭ ରାୟ ।