ଆଜିଠାରୁ ମାଲକାନଗିରିରେ ନାଇଟ୍ କର୍ଫ୍ୟୁ : ରାତି ୯ଟାରୁ ସକାଳ ୬ଟା ଯାଏଁ କଟକଣା, ୩୧ ତାରିଖ ଯାଏଁ ରହିବ କର୍ଫ୍ୟୁ

ବଡ଼ ଯାତ୍ରାରେ ଜନସମାଗକୁ ଦୃଷ୍ଟିରେ ରଖି ମାଲକାନିଗିରି ଜିଲ୍ଲା ପ୍ରଶାସନର ସତର୍କତାମୂଳକ ପଦକ୍ଷେପ

326

କନକ ବ୍ୟୁରୋ : ମାଲକାନଗିରିରେ ଆଜିଠାରୁ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ଜିଲ୍ଲାରେ କୌଣସି ସକ୍ରିୟ ମାମଲା ନଥିବା ବେଳେ ହଠାତ ଏହି ପଦକ୍ଷେପ ନେଇଛି ମାଲକାନଗିରି ପ୍ରଶାସନ । ବଡଯାତ୍ରାକୁ ଦୃଷ୍ଟିରେ ରଖି ଆଜି ରାତି ୯ଟାରୁ ମାର୍ଚ୍ଚ ୩୧ ତାରିଖ  ମଧ୍ୟରାତ୍ରି ଯାଏଁ ଏହି ନାଇଟକର୍ଫ୍ୟୁ ବଳବତର ରହିବ । ରାତି ୯ଟାରୁ ସକାଳ ୬ଟା ଯାଏଁ ନାଇଟକର୍ଫ୍ୟୁ ଜାରି କରାଯାଇଛି ।

ଅତ୍ୟାବଶ୍ୟକ ସେବାକୁ ବାଦଦେଲେ  ଏହି ସମୟ ମଧ୍ୟରେ ଲୋକଙ୍କ ଯିବାଆସିବା ଉପରେ କଟକଣା ଜାରି କରାଯାଇଛି ।  ବଡଯାତ୍ରାରେ ସର୍ବାଧିକ ୨ଶହ ଜଣକୁ ଏକାଠି ହେବାକୁ ଅନୁମତି ଦିଆଯାଇଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା , ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜର ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି । କୋଭିଡର ଲକ୍ଷଣ ଥିଲେ କୌଣସି ବ୍ୟକ୍ତିଙ୍କୁ  ଏଠାରେ ପ୍ରବେଶ ପାଇଁ ଅନୁମତି ଦିଆଯିବନାହିଁ ।

ମୀନାବଜାର, ଖାଦ୍ୟ ଷ୍ଟଲ ଖୋଲିବା ଉପରେ କଟକଣା ଜାରି ହୋଇଛି ।  କୌଣସି ନୂଆ ଦୋକାନ ଖୋଲିପାରିବ ନାହିଁ । ସେହିଭଳି  ଯାତ୍ରା, ରାମଲୀଳା ଓ ସ୍ଥାନୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ।  ନିୟମର ଉଲ୍ଲଙ୍ଘନ ନ ହେବା ଲାଗି  ବଡ ଯାତ୍ରାର ପ୍ରବେଶ ଓ ପ୍ରସ୍ଥାନ ପଥରେ  କଡା ନଜର ରଖିବାକୁ  ମାଲକାନଗିରି ଏସପି ନିର୍ଦ୍ଦେଶ ଦେଇଛନ୍ତି ।

 

Comments are closed.