ନୂଆବର୍ଷ ପାଇଁ ନାଇଟ୍ କର୍ଫ୍ୟୁ : ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ଯାଏ କଟକଣା; କର୍ଫ୍ୟୁରୁ ଜରୁରୀ ସେବାକୁ ବାଦ୍

Advertisment
ନୂଆବର୍ଷ ପାଇଁ ନାଇଟ୍ କର୍ଫ୍ୟୁ : ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ଯାଏ କଟକଣା; କର୍ଫ୍ୟୁରୁ ଜରୁରୀ ସେବାକୁ ବାଦ୍

କନକ ବ୍ୟୁରୋ : ଜିରୋ ନାଇଟ ସେଲିବ୍ରେସନକୁ ଦୃଷ୍ଟିରେ ରାଜ୍ୟରେ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି । ଆଜି ରାତି ୧୦ଟାରୁ ଆସନ୍ତାକାଲି ସକାଳ ୫ଟା ଯାଏ ସାରା ରାଜ୍ୟରେ ଏହି ଦିନିକିଆ କର୍ଫ୍ୟୁ ବଳବତର ରହିବ । ତେବେ କର୍ଫୁ ସମୟରେ ଜରୁରୀକାଳୀନ ସେବା ଓ ଯାତାୟାତକୁ ଅନୁମତି ମିଳିବ । କରୋନା ସଂକ୍ରମଣ ଆଶଙ୍କାରେ ଜାରି ହୋଇଥିବା ଏହି ନାଇଟ କର୍ଫ୍ୟୁରେ ସହଯୋଗ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ରାଜ୍ୟ ସରକାର । ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ଏସଆରସି ।

ତେବେ ନାଇଟ କର୍ଫ୍ୟୁ ସହ ସଂକ୍ରମଣକୁ ରୋକିବା ପାଇଁ ଜିରୋନାଇଟ୍‌ ସେଲିବ୍ରେସନ୍ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଘରେ ରହି ପରିବାର ସହ ନୂଆବର୍ଷ ପାଳନ କରିବା ସହ ଭିଡ଼ ନଜମାଇବା ପାଇଁ ରାଜ୍ୟବାସୀଙ୍କୁ ରାଜ୍ୟସରକାର ନିବେଦନ କରିଛନ୍ତି। ଏହା ସହ ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe