କନକ ବ୍ୟୁରୋ : ପୃଥ୍ୱୀ ୨ ର ରାତ୍ରିକାଳୀନ ପରୀକ୍ଷଣ ହୋଇଛି । ବାଲେଶ୍ୱର ଚାନ୍ଦିପୁର ଆଇଟିଆରର ୩ ନଂବର ଲଂଚ ପ୍ୟାଡରୁ ଏହାର ପରୀକ୍ଷଣ କରାଯାଇଛି । ସଂପୂର୍ଣ୍ଣ ସ୍ୱଦେଶୀ ଗ୍ୟାନ କୌଶଳରେ ତିଆରି ପୃଥ୍ୱୀ ୨ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରିବ । ଏହା ଏକ ମଧ୍ୟମ ଦୂରଗାମୀ କ୍ଷପଣାସ୍ତ୍ର । ଏହାକୁ ଏକ ଚଳମାନ ଯାନରୁ ପରୀକ୍ଷା କରାଯାଇଛି । ଏହି କ୍ଷପଣାସ୍ତ୍ର ୫୦୦ରୁ ୧ ହଜାର କିଲୋଗ୍ରାମ ଓଜନର ଉଭୟ ଆଣବିକ ଏବଂ ଅଣପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିପାରିବ ।

Advertisment

publive-image

ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି ୩୫୦ କିଲୋମିଟର । ଏହାର ଲଂବ ୯ ମିଟର, ଓସାର ୧୧୦ ସେଂଟିମିଟର ଏବଂ ଓଜନ ୪.୬ ଟନ୍ । ପ୍ରତିରକ୍ଷା  କ୍ଷେତ୍ରରେ ପୃଥ୍ୱୀ ୨ ଭାରତ ପାଇଁ ଏକ କୀର୍ତୀମାନ୍ ହେବ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ଆକଳନ କରିଛନ୍ତି ।