ନିଦହାସ ଟ୍ରଫି ପାଇଁ ଆଜି ଭାରତ-ବାଂଲାଦେଶ ମଧ୍ୟରେ ମହାମୁକାବିଲା ! ଟାଇଟଲ ଜିତି ଦକ୍ଷ ନେତୃତ୍ୱର ପ୍ରମାଣ ଦେବା ଅପେକ୍ଷାରେ ଅଧିନାୟକ ରୋହିତ ଶର୍ମା

28

କନକ ବ୍ୟୁରୋ: ନିଦହାସ ଟି-୨୦ ଟ୍ରଫି ପାଇଁ ଆଜି ଫାଇନାଲରେ ସାମ୍ନାସାମ୍ନି ହେବେ ଭାରତ ଓ ବାଂଲାଦେଶ । ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରିବା ପରେ ବାଂଲା ବାହନୀର ମନୋବଳ ଦୃଢ ରହିଛି । ସେହିପରି ଯୁବ ଖେଳାଳିଙ୍କୁ ନେଇ ଶ୍ରୀଲଙ୍କା ଯାଇଥିବା ଭାରତ ତାର ପ୍ରଥମ ମ୍ୟାଚ ହାରିବା ପରେ ହାଟ୍ରିକ ବିଜୟ ସହ ଫାଇନାଲରେ ପ୍ରବେଶ କରିଛି ।

ଟିମ୍ ଇଣ୍ଡିଆ କ୍ୟାପଟେନ ରୋହିତ ଶର୍ମା ଫର୍ମକୁ ଫେରିଥିବାରୁ ଭାରତର ଶକ୍ତି ଆହୁରି ବଢିଯାଇଛି । ରେକର୍ଡ କହୁଛି ଟି-୨୦ ମୁକବିଲାରେ ଭାରତକୁ କେବେ ବି ବାଂଲାଦେଶ ହରାଇ ପାରିନାହିଁ । ଟି-୨୦ରେ ଭାରତ ଓ ବାଂଲାଦେଶ ୭ ଥର ମୁହାଁମୁହିଁ ହୋଇଥିବା ବେଳେ ସବୁତକ ବିଜୟ ଭାରତ ଖାତାକୁ ଯାଇଛି । କ୍ୟାପଟେନ ରୋହିତ ଶର୍ମାଙ୍କ ବାଦ୍ ସୁରେଶ ରୈନା, ଶିଖର ଧାୱନ ଓ ମନୀଷ ପାଣ୍ଡେ ମଧ୍ୟ ବଡ ପାଳି ଖେଳିପାରନ୍ତି । ତଥାପି ନିଦହାସ ଟ୍ରଫି ଜିତି ଭାରତ ବିପକ୍ଷରେ ବିଜୟର ଖାତା ଖୋଲିବାକୁ ଚେଷ୍ଟା କରିବ ବାଂଲା ବାହିନୀ ।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା, ଶିଖର ଧାଓ୍ଵନ, ସୁରେଶ ରାଇନା, ଦୀନେଶ କାର୍ତିକ, ମନୀଷ ପାଣ୍ଡେ, ଜୟଦେବ ଉନାଦକଟ, ୟୁଜବେନ୍ଦ୍ର ଚହଲ, ସାର୍ଦୁଲ ଠାକୁର, ଓ୍ଵାସିଂଟନ ସୁନ୍ଦର, ଲୋକେଶ ରାହୁଲ, ମହମ୍ମଦ ସିରାଜ।

ସମ୍ଭାବ୍ୟ ବାଂଲାଦେଶ: ସକିବ-ଅଲ୍-ହାସନ, ମୁସଫିକର ରହିମ, ତମିମ ଇକବାଲ, ମହମ୍ମଦୁଲ୍ଲା, ରୁବେଲ୍ ହୁସେନ, ସୌମ୍ୟ ସରକାର, ଲିଟନ ଦାସ, ମୁସ୍ତାଫିଜୁର ରେହମାନ, ଇମ୍ରୁଲ କେୟସ୍, ତସ୍କିନ ଅହମ୍ମଦ, ଅବୁ ଜୟେଦ, ସବିର ରେହମାନ।