ଜୁଲାଇ ୧ରୁ ୧୨ ସୁଦ୍ଧା ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା । କଳାହାଣ୍ଡିରେ ସବୁଠାରୁ କମ୍ ବର୍ଷା ରେକର୍ଡ

ଜୁଲାଇ ୧ରୁ ୧୨ ସୁଦ୍ଧା ୧୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା । କଳାହାଣ୍ଡିରେ ସବୁଠାରୁ କମ୍ ବର୍ଷା ରେକର୍ଡ

କନକ ବ୍ୟୁରୋ: ବର୍ଷା: କେଉଁଠି କେମିତି? ଜୁଲାଇ ମାସରେ ମୌସୁମୀ ଭିଜାଉଛି ଚାଷୀଙ୍କ ଆଖି । ତେବେ ପ୍ରତିଦିନ ବର୍ଷା ସମ୍ପର୍କୀତ ତଥ୍ୟ ପ୍ରକାଶ କରୁଛି ପାଣିପାଗ ବିିଭାଗ । ଆଜି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ଅଧାରୁ ଅଧିକ ଜିଲ୍ଲାରେ ନିଅଁଟିଆ ବର୍ଷା ରେକର୍ଡ ହୋଇଛି । ୧୭ଟି ଜିଲ୍ଲାରେ ନିଅଂଟିଆ ବର୍ଷା ହୋଇଛି ।

କଳାହାଣ୍ଡି ଜିଲ୍ଲାର ସ୍ଥିତି ସାଙ୍ଘାତିକ । ସବୁଠାରୁ କମ୍ ବର୍ଷା ହୋଇଛି ଏହି ଜିଲ୍ଲାରେ । ତେବେ ଦେବଗଡ଼ରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ଏହି ମ୍ୟାପ୍ ଜରିଆରେ ଦର୍ଶାଇଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହି ସମୟରେ ପ୍ରବଳ ବର୍ଷା ହୋଇଯାଇଛି । ବର୍ଷା ପାଣିରେ ଚାଷୀ ଜମି କାଦୁଅ କରି ଧାନ ରୁଆ କାମ କରିଥାନ୍ତି । ହେଲେ ବର୍ଷା ନଥିବାରୁ ଅନେକ ସ୍ଥାନରେ ଏଯାଏଁ ତଳି ପଡି ପାରିନାହିଁ । ଆଉ ଯେଉଁଠି ତଳି ପଡିଛି ସେଠାରେ ତଳିକୁ ବଂଚାଇବା ଚାଷୀଙ୍କ ପାଇଁ କାଠିଗର ପାଠ ହୋଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe