ରାସ୍ତା ପାଲଟିଛି ପୋଖରୀ । ନିର୍ମାଣର ବର୍ଷେ ନପୁରୁଣୁ ଖାଲଖମାରେ ଭର୍ତି ରାସ୍ତା । ପ୍ରତିବାଦରେ ଧାନ ରୋଇଲେ ନିଆଳି ଟୋଲାଗୋପିନାଥପୁର ଗ୍ରାମବାସୀ ।

127

କନକ ବ୍ୟୁରୋ : ରାସ୍ତା ପାଲଟିଛି ପୋଖରୀ । ନିର୍ମାଣର ଗୋଟିଏ ବର୍ଷ ନପୁରୁଣୁ କୋଟି କୋଟି ଟଙ୍କାରେ ନିର୍ମାଣ ହୋଇଥିବା ରାସ୍ତା ଏବେ ଖାଲଖମାରେ ଭର୍ତି । ଏହାର ପ୍ରତିବାଦରେ ରାସ୍ତାରେ ଧାନ ରୋଇଛନ୍ତି କଟକ ଜିଲ୍ଲା ନିଆଳି ଜଲ୍ଲାରପୁର ଟୋଲାଗୋପୀନାଥପୁର ଗାଁର ଲୋକେ । ପୁରୀ ପୂର୍ତ ବିଭାଗ ୬୦ ନମ୍ବର ରାସ୍ତା ଗତ ବର୍ଷ ନିର୍ମାଣ ହୋଇଥିଲା, ଗୋଟିଏ ବର୍ଷ ନହେଉଣୁ ଏବେ ରାସ୍ତାରେ ବିରାଟ ବିରାଟ ଗାତ ସୃଷ୍ଟି ହେଲାଣି ।

ଖରାପ ରାସ୍ତା ଯୋଗୁଁ ଲୋକେ ଚାଲିକି ଯିବା ମୁସ୍କିଲ ହୋଇପଡୁଛି । ଖରାପ ରାସ୍ତା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ କାହାର ନଜର ନାହିଁ । ରାସ୍ତା ମରାମତି ପାଇଁ ବାରମ୍ବାର ଲୋକେ ଅଭିଯୋଗ କଲେ ମଧ୍ୟ କିଛି ଫଳ ମିଳୁ ନାହିଁ । ପୂର୍ତ ବିଭାଗ କଟକ ଡିଭିଜନ ଓ ପୁରୀ ଡିଭିଜନ ଏହି ରାସ୍ତା ନିଜ ଅଂଚଳ ନୁହେଁ କହି ଦାୟିତ୍ୱ ଖସାଇ ଦେଉଛନ୍ତି । ଏହି ରାସ୍ତା ଦେଇ କଟକ, ଜଗତସିଂହପୁର ଓ ପୁରୀ ଲୋକ ଯାତାୟାତ କରୁଥିବା ବେଳେ ବିଭାଗୀୟ ଅବହେଳାରୁ ଏହା ଏବେ ମରଣଯନ୍ତା ପାଲିଟିଛି ।