ଉଦ୍ଧାର ହେଲା ନିଆଳିର ବିକ୍ରି ହୋଇଥିବା ଶିଶୁ ; ଖୋର୍ଦ୍ଧା ଅଞ୍ଚଳରୁ ଉଦ୍ଧାର କଲା ପୋଲିସ

ଉଦ୍ଧାର ହେଲା ନିଆଳିର ବିକ୍ରି ହୋଇଥିବା ଶିଶୁ ; ଖୋର୍ଦ୍ଧା ଅଞ୍ଚଳରୁ ଉଦ୍ଧାର କଲା ପୋଲିସ

କନକ ବ୍ୟୁରୋ: ଉଦ୍ଧାର ହେଲା ବିକ୍ରି ହୋଇଥିବା ଶିଶୁ। ୪ ଦିନ ପରେ ଶିଶୁକୁ ଉଦ୍ଧାର କଲା ନିଆଳି ପୋଲିସ ଓ ଶିଶୁ ସୁରକ୍ଷା ଅଧିକାରୀ। ଅଢେଇ ବର୍ଷର ପୁଅକୁ ବାପା ୫ ହଜାର ଟଙ୍କାରେ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଥିଲା। ଗତ ମଙ୍ଗଳବାର ନିଆଳି ମୁଣ୍ଡା ସାହିର ସୁକ୍ତାନ୍ତ ସିଂ ତାର ଅଢେଇ ବର୍ଷର ପୁଅକୁ ୫ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା।

ଏନେଇ ଖବର ପ୍ରସାରଣ ପରେ ନିଆଳି ଥାନା, ଜୀବନେଜ୍ୟାତି ଶିଶୁ ବିକାଶ ସଙ୍ଗଠନ ସମ୍ପାଦକ, କଟକ ଜିଲ୍ଲା ଶିଶୁ ମଙ୍ଗଳ କମିଟି, ଶିଶୁ ସୁରକ୍ଷା ୟୁନିଟର ସମାଜସେବୀ ଓ ନିଆଳି ଏସଡିପିଓ ମୁଣ୍ଡା ସାହିରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ତଦନ୍ତ ସମୟରେ ସୁକାନ୍ତ ସିଂ ଘରେ ନଥ୍ରବା ବେଳେ ସେଠାରେ ଥିବା ତାର ଅନ୍ୟ ୪ଟି ପୁଅ, ଝିଅଙ୍କ ସହିତ କଥା ହୋଇଥିଲେ। ପରେ ଉକ୍ତ ଘଟଣାରେ ଦଲାଲ ସାଜିଥିବା ନିଆଳି ନିକଟସ୍ଥ ଖୋର୍ଦ୍ଧା ଜିଲ୍ଲା ମଉକା ସାହିର ଅନୁ ମଲ୍ଲିକଙ୍କ ଘରେ ପହଁଞ୍ଚିଥିଲେ। ଅନୁ ପ୍ରଥମେ କଥାକୁ ଏଡାଇ ଦେଇଥିବା ବେଲେ ପରେ ବିଲା ବିତ୍ରି କଥାକୁ ସ୍ୱୀକାର କରିବା ସହ ଆଜି ପିଲାକୁ ଆଣି ପହଁଚାଇବେ ବୋଲି କହିଥିଲେ। ସେପଟେ ଗତକାଲି ସନ୍ଧ୍ୟାରେ ବାପା ସୁକାନ୍ତକୁ ପୁଲିସ ଥାନାକୁ ଆଣି ଅଟକ ରଖି ପଚରା ଉଚରା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe