କାଭିଡ କଟକଣାରେ ପାଳିତ ହେବ ଭୈମ ଏକାଦଶୀ ମେଳା : ନିଆଳି ମାଧବାନନ୍ଦଜିୟୁ ମନ୍ଦିର ପରିସରରେ ୧୪୪ ଧାରା ଜାରି

Advertisment
କାଭିଡ କଟକଣାରେ ପାଳିତ ହେବ ଭୈମ ଏକାଦଶୀ ମେଳା : ନିଆଳି ମାଧବାନନ୍ଦଜିୟୁ ମନ୍ଦିର ପରିସରରେ ୧୪୪ ଧାରା ଜାରି

କନକ ବ୍ୟୁରୋ : ନିଆଳିର ପ୍ରସିଦ୍ଧ ମାଧବାନନ୍ଦ ଜୀଉ ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି। ୨୨ ତାରିଖ ଅପରାହ୍ନ ୨ଟା ଠାରୁ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ମନ୍ଦିର ଚର୍ତୁଃପାର୍ଶ୍ବରେ ୧୪୪ ଧାରା ଲାଗୁ କରାଯାଇଛି। ମାଧବାନନ୍ଦ ଜୀଉ ମନ୍ଦିରରେ ଭୈମ ଏକାଦଶୀ ମେଳା ଅନୁଷ୍ଠିତ ହେବାକୁ ଆଉ ଗୋଟିଏ ଦିନ ଅଛି । ହେଲେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି ।

ଏହି କଟକଣା ୨୨ ତାରିଖ ସନ୍ଧ୍ୟା ୫ଟାରୁ ୨୪ ତାରିଖ ସନ୍ଧ୍ୟା ୫ଟା ଯାଏଁ ବଳବତ୍ତର ରହିବ । ମନ୍ଦିରର ୨୦୦ ମିଟର ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ । ଆଇନ ଶୃଙ୍ଖଳା ଉଂଲଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ହୋଇଛି । ମନ୍ଦିରରେ ଭୈମ ଏକାଦଶୀ ପର୍ବ ଯଥାରୀତିରେ କୋଭିଡ ନିୟମ ଅନୁସାରେ କରିବାକୁ ସ୍ଥିର କରାଯାଇଛି । ସେପଟେ ବ୍ୟବସାୟୀମାନେ ଅନେକ କ୍ଷତି ସହିବେ ବୋଲି କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଜଗନ୍ନାଥଙ୍କ ମାମୁ ଘର ଭାବେ ପ୍ରସିଦ୍ଧ ଲାଭ କରିଥିବା ମାଧବର ମାଧବାନନ୍ଦଜୀଉଙ୍କ ଇତିହାସ ବେଶ ବଳିଷ୍ଠ ଏବଂ ସୁଦୀର୍ଘ। ପ୍ରତିବର୍ଷ ମାଘ ଶୁକ୍ଳପକ୍ଷ ଏକାଦଶୀ ଦିନ ଏଠାରେ ବିରାଟ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଦିନ ଲକ୍ଷାଧିକ ଶ୍ରଦ୍ଧାଳୁ ପ୍ରାଚୀନଦୀର ସ୍ନାନ କରି ମାଧବଙ୍କୁ ଦର୍ଶନ କରିଥାନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ଏକାଦଶୀ ରାତିର ନିଦ୍ଧାରିତ ସମୟରେ ମନ୍ଦିରରେ ମହାଦୀପ ଉଠିବାର ପରମ୍ପରା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe